ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ... କଣ୍ଟାବାଞ୍ଜି,୨୯/୦୪ : ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ...
ହିଆଁଲ କ୍ଳଷ୍ଟରରେ ଘରଘର ବୁଲି ଗୃହକାର୍ଯ୍ୟ ବଣ୍ଟନ...
କଣ୍ଟାବାଞ୍ଜି,୨୯/୦୪ : ତୁରେକେଲା ବ୍ଳକ ଅନ୍ତର୍ଗତ ହିଆଁଲ କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଗ୍ରୀଷ୍ମ ଅବକାଶରେ ନିୟୋଜିତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଘରଘର ବୁଲି ଗୃହକାର୍ଯ୍ୟ ପ୍ରଶ୍ନପତ୍ର ଓ ପାଠ୍ୟ ପୁସ୍ତକ ବାଣ୍ଟିଥିଲେ।
Ad..
ହିଆଁଲ କ୍ଳଷ୍ଟରର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଷୋହଳଗୋଟି ବିଦ୍ୟାଳୟରେ ବଣ୍ଟନ କରାଯାଇଥିଲା।
Ad..
ଆଜି ଶ୍ରୀ ଦାଶଙ୍କ ଉପସ୍ଥିତିରେ ହିଆଁଲ ଗ୍ରାମରେ ଶିକ୍ଷୟିତ୍ରୀ ମମତା ପଣ୍ଡା, ମଧୁମତି ଦୀପ,ଯଶୋବନ୍ତୀ ମାଝୀ ଘରଘର ବୁଲିଥିଲେ।ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପ୍ରଶ୍ନପତ୍ର ପହଞ୍ଚାଇବାରେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ମହାପାତ୍ର...
Ad..
ବୈଜୟନ୍ତୀ ପାଢ଼ୀ, ମାନସୀ ସାହୁ,ମିନାକ୍ଷୀ ପାଣ୍ଡେ,ଭୁରଷି ରଣା, ଏମ ଭି କ୍ରିଷ୍ଣା ସହଯୋଗ କରିଥିଲେ।ଆଗାମୀ ଦିନରେ ଗୃହକାର୍ଯ୍ୟ ତଦାରଖ କରିବାସହିତ ଗଳ୍ପ ପୁସ୍ତକ ବାଣ୍ଟିବାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ।
Ad..
Edited by k.s thakur...






No comments