ଉଡ଼ା ଓ ଚୈତ୍ର ପର୍ବ ଅନୁଷ୍ଠିତ ; ଲକ୍ଷାଧିକ ଭକ୍ତଙ୍କ ସମାଗମ...

ଉଡ଼ା ଓ ଚୈତ୍ର ପର୍ବ ଅନୁଷ୍ଠିତ ; ଲକ୍ଷାଧିକ ଭକ୍ତଙ୍କ ସମାଗମ...

ରାଇରଙ୍ଗପୁର,୧୫/୦୪ (ନି.ପ୍ର): ମହାବିଷୁବ ସଂକ୍ରାନ୍ତି ଅବସରରେ ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡସ୍ଥିତ ରାଇରଙ୍ଗପୁରର ଶ୍ରୀଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ କାହିଁ କେଉଁ ଅମଳରୁ ପାଳିତ ହୋଇ ଆସୁଥିବା...

Ad..


ଘଟ, ପାଟ, ଆସ୍ଥାର ପ୍ରତୀକ ପ୍ରସିଦ୍ଧ ଚୈତ୍ର ପର୍ବ ବା ଉଡ଼ା ପର୍ବ ପାରମ୍ପାରିକ ରୀତିନୀତି ଅନୁସାରେ ପାଳନ ହେଉଥିବା ଅବସରରେ ଗଡଗ୍ରାମ ଉତ୍ସବ ମୁଖର ହୋଇପଡିଛି।ଏଥିପାଇଁ ଶ୍ରୀ ଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିର ରଙ୍ଗବେରଙ୍ଗର ଆଲୋକମାଲାରେ ସୁସଜ୍ଜିତ ହୋଇ ଝଲସୁଛି। 

     Ad..


ଲକ୍ଷାଧିକ ସଂଖ୍ୟାରେ ବିପୁଳ ଜନସମାଗମ ମଧ୍ୟରେ ପାଳିତ ହେଉଥିବା ଶ୍ରୀ ଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିର, ଉଡ଼ା ପଡ଼ିଆ, ନଦୀକୂଳ ପ୍ରଭୃତି ସ୍ଥାନରେ ଭକ୍ତାଙ୍କ ଭିଡ ଦେଖିବାକୁ ମିଳୁଛି। 

ପ୍ରତ୍ୟେକ ବର୍ଷ ଏପ୍ରିଲ ମାସ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିବା ଉଡାପର୍ବରେ ପ୍ରଥମ ଦିବସରେ ଶୁଭଘଟ ଆସିଥିବା ବେଳେ ୧୨ ତାରିଖ ଦ୍ଵିତୀୟ ଦିନରେ ଯାତ୍ରା, କାମନା ଘଟ, ୧୩ ତାରିଖରେ ତୃତୀୟ ଦିବସରେ ଡାଳିଭଙ୍ଗା, ମଧ୍ୟରାତ୍ରୀରେ କାଳୀକା ଘଟ ଓ ଆଜି ଶେଷ ଦୀନରେ ଭୋର ସକାଳୁ ଗରିଆ ଭାର ଘଟ ଆସିଥିଲା।

ଉଦ୍‌ଯାପନୀ ଦିବସରେ ସ୍ଥାନୀୟ ଶ୍ରୀ ଶ୍ରୀ ଐଶାନ୍ୱେଶ୍ୱର ମହାଦେବଙ୍କ ମନ୍ଦିରରେ ଉଡା ପର୍ବ କମିଟି ତରଫରୁ ବ୍ୟାପକ ପ୍ରସ୍ତୁତ ହୋଇଥିଲା। ଧିରେ ଧିରେ ମାନସିକ ରଖିଥିବା ଭକ୍ତା ମାନେ ଭିଡ ଜମାଇଥିଲେ। 

ଚଳିତ ବର୍ଷ ଉଡା ପର୍ବ କମିଟିର ସମସ୍ତ ସଦସ୍ୟଙ୍କ ସହ ମିଶି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି,ଓଡିଶୀ,ଛଉ ପ୍ରଭୃତି ପରିବେଷିତ ହେଉଛି। ଏଥିପାଇଁ ସମଗ୍ର ଗଡ ଓ ରାଇରଙ୍ଗପୁର ସହର ଉତ୍ସବ ମୁଖର ହୋଇପଡିଛି।

ମଙ୍ଗଳବାର ଅପରାହ୍ନରେ ମାନସିକଧାରୀ ଭକ୍ତାମାନେ ଖଡଖାଇ ନଦୀରେ ସ୍ନାନ କରି ନବବସ୍ତ୍ର ପରିଧାନ କରି ପାରମ୍ପାରିକ ରୀତିନୀତି ଅନୁସାରେ ନଦୀକୂଳରେ ସମବେତ ପୂଜାର୍ଚ୍ଚନା କରିଥିଲେ। 

ଏହି ସମୟରେ ସମଗ୍ର ଖଡଖାଇ ନଦୀକୂଳେ ବାଦ୍ୟ ଓ ଦେବ ଦେବ ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଲା। ଲୋକେ ଖଣ୍ଡା ପାଟ, ମଡାପାଟ, ରଜନୀ ଫୋଡା, ପାଟଭକ୍ତାଙ୍କ ରୀତିନୀତି ଅନୁସାରେ ହୋଇଛି। 

ସେହିପରି ଅପରାହ୍ନରେ ଉଡା ପଡିଆରେ ସୁଉଚ୍ଚ ଖୁଣ୍ଟରେ ଅଣ୍ଟାରେ ଦଉଡି ବାନ୍ଧି ଉଡିବା ଦୃଶ୍ୟ ଲୋକଙ୍କୁ ଆକର୍ଷିତ କରିଥିଲା। ଚଳିତ ବର୍ଷ ସୁଚାରୁ ରୂପେ ଶାନ୍ତି ଶୃଂଖଳାର ସହ ଉଡାପର୍ବ ପାଳନ ପାଇଁ ଉଡାପର୍ବ କମିଟି ତଥା ସ୍ଥାନୀୟ ପୁଲିସ ପ୍ରଶାସନ ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post