ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କଲେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ଲେଖିକା ସାହୁ...

ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କଲେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ଲେଖିକା ସାହୁ...


ବରଗଡ଼,୧୫/୦୪(ବିଜୟ କୁମାର ସାହୁ) : ସ୍ଥାନୀୟ  ଅଞ୍ଚଳ ମହାବିଦ୍ୟାଳୟ  ପଦ୍ମପୁରର ଯୁକ୍ତ ତିନି ତୃତୀୟ ବର୍ଷ ରସାୟନ ବିଜ୍ଞାନ ବିଭାଗର ସୁନାମଧନ୍ୟା ଛାତ୍ରୀ ଲେଖିକା ସାହୁଙ୍କ ସଫଳତାରେ ଆଜି ସମଗ୍ର ଅଞ୍ଚଳ ଗର୍ବିତ। 

        Ad..


ରାଜ୍ୟସ୍ତରୀୟ ଗଳ୍ପ ଲିଖନ ପ୍ରତିଯୋଗିତାରେ ନିଜର ଅସାଧାରଣ ସାରସ୍ୱତ ପ୍ରତିଭା ପ୍ରଦର୍ଶନ କରି ଲେଖିକା କୃତିତ୍ୱ ଅର୍ଜନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜଧାନୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ସେ ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। 

     Ad..


ରସାୟନ ବିଜ୍ଞାନ ବିଭାଗର ଛାତ୍ରୀ ହୋଇ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ଏହି ନିଷ୍ଠା ଓ ରୁଚି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ସାଜିଛି । ବିଜ୍ଞାନର ଜଟିଳ ସୂତ୍ର ମଧ୍ୟରେ ହଜି ନଯାଇ ସେ ନିଜ କଲମ ମାଧ୍ୟମରେ ସମାଜ ଓ ଜୀବନର ସୂକ୍ଷ୍ମ ଅନୁଭୂତିକୁ ଗଳ୍ପରେ ରୂପାନ୍ତରିତ କରିବାର ଯେଉଁ ପ୍ରୟାସ କରିଛନ୍ତି, ତାହା ଆଜି ରାଜ୍ୟସ୍ତରରେ ସ୍ୱୀକୃତି ଲାଭ କରିଛି। 

ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସମୟର ସେହି ଦୃଶ୍ୟ କେବଳ ଲେଖିକାଙ୍କ ପାଇଁ ନୁହେଁ, ବରଂ ଅଞ୍ଚଳ ମହାବିଦ୍ୟାଳୟ ପରିବାର ଓ ପଦ୍ମପୁର ମାଟି ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ । 

ଏହି ସଫଳତା ପାଇଁ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ,ଅଧ୍ୟାପକ,ଅଧ୍ୟାପିକା,ପ୍ରାଧ୍ୟାପକ,ପ୍ରାଧ୍ୟାପିକା  ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ତାଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post