ଝାରସୁଗୁଡ଼ା ପରେ ବରଗଡ଼ ରେ ସାଂସଦ ଙ୍କ ଉପାଖ୍ୟାନ ଫଳକ ରେ ନାମକରଣ କୁ ନେଇ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ନୋହିଲା...

ଝାରସୁଗୁଡ଼ା ପରେ ବରଗଡ଼ ରେ ସାଂସଦ ଙ୍କ  ଉପାଖ୍ୟାନ ଫଳକ ରେ ନାମକରଣ କୁ ନେଇ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ନୋହିଲା...


ବରଗଡ଼/ବରପାଲି,୧୫/୦୪(ବିଜୟ କୁମାର ସାହୁ):  ଝାରସୁଗୁଡ଼ା ପରେ ବରଗଡ଼ ଜିଲ୍ଲା ବରପାଲି ରେ ସାଂସଦ ଙ୍କ ଉପାଖ୍ୟାନ ଚର୍ଚ୍ଚାରେ ରହିଛି। ଉଦ୍ଘାଟନ ହେବାକୁ ଥିବା ଫଳକ କୁ ନେଇ ରାଜନୀତି ଯୋର ଧରିଛି। ସାଂସଦ ,ବିଧାୟକ ଉଭୟ ବିଜେପି ଦଳର ଅଟନ୍ତି ହେଲେ ଫଳକରେ ସାଂସଦ ଙ୍କ ନା ରହିଲା ବିଧାୟକ ଙ୍କ ନାଁ ନାହିଁ । 

         Ad..


ପୂର୍ବରୁ ଝାରସୁଗୁଡ଼ା ରେ ଏଭଲି ବେନର ରେ ନାମକରଣ କୁ ନେଇ ସାଂସଦ ବିବାଦୀୟ ହୋଇଥିଲେ ଏବେ ବରଗଡ଼ ବରପାଲି ରେ ପୁଣି ଆଲୋଚନା ଓ ସମାଲୋଚନା ଦେଖାଦେଇଛି। ଏଭଳି ଏକ ରାଜନୈତିକ ଘଟଣା ସରକାରଙ୍କ ବିକାଶ ଧାରାରେ ଆଙ୍ଗୁଠି ପୁରାଇଛି ବୋଲି ମଧ୍ୟ ଚର୍ଚ୍ଚା ଆଲୋଚନା ହେଉଛି। 

    Ad..


ଘଟଣା ରୁ ଜଣାପଡିଛି ଯେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ବାଗବାଡ଼ି ଗ୍ରାମ ରେ ଆଜି ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ର ଉଦଘାଟନ ହେବାର କାର୍ଯକ୍ରମ ଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଉଦଘାଟିତ ହୋଇ ନପାରି ବନ୍ଦ ହୋଇ ଯାଇଥିଲା।

ବରଗଡ଼ ନିର୍ବାଚନ ମଣ୍ଡଳୀ ର ବରପାଲି ବ୍ଲକ୍ ଅନ୍ତର୍ଗତ ବାଗବାଡ଼ି ଗ୍ରାମ ରେ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ଙ୍କ ପକ୍ଷ ରୁ ଆୟୁଷ୍ମାନ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ମଞ୍ଜୁରୀ ହୋଇ ଥିଲା । ଏଥି ପାଇଁ ଆବଶ୍ୟକୀୟ କୋଠା ମଧ୍ୟ ନିର୍ମିତ ହୋଇଛି । ଆଜି ଉକ୍ତ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ର ଉଦଘାଟନ ହେବାର ଥିଲା । 

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ କିଛି ଆୟୋଜନ ମଧ୍ୟ ହୋଇ ଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟ ଗୋବିନ୍ଦ ସାହୁ, ସରପଞ୍ଚ ସୁଷମା ଭୋଇ, ସମିତି ସଭ୍ୟା ଚାତୁରୀ ମେହେର ଙ୍କ ନାମ ଫଳକ ରେ ଥିବା ବେଳେ ବିଧାୟକ ଙ୍କ ନାମ ଫଳକ ରେ ନ ଥିବାରୁ ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା । 

ପରିସ୍ଥିତି ଏପରି ହେଲା ଯେ, ବାଧ୍ୟ ହୋଇ ଉଦଘାଟନୀ କାର୍ଯକ୍ରମ କୁ ବାତିଲ କରିବାକୁ ପଡ଼ିଥିଲା । ଓ ଫଳକ କୁ ଓପାଡ଼ି ଦିଆ ହୋଇଥିଲା।ସ୍ଥାନୀୟ ଲୋକେ କହିବା ନୁସାରେ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ରାଜେଶ ବେହେରା ତାଙ୍କର ମନ ମୁଖୀ ଭାବେ ଜାଣି ଶୁଣି ବିଧାୟକ ଙ୍କ ନାମ ଫଳକ ରେ ଦେଇ ନ ଥିବା ଓ ଏ ସମ୍ପର୍କରେ ବିଧାୟକ ଙ୍କୁ ଜଣାଇ ନ ଥିବା ଅଭିଯୋଗ କରିଛନ୍ତି । 

ଏ ସମ୍ପର୍କ ରେ ବରଗଡ ସିଡିଏମଓ ଙ୍କୁ ପଚରା ଯିବାରୁ କୌଣସି ଉଦଘାଟନ ବିଷୟରେ ଜାଣି ନାହିଁ କି ମୋର ଗୋଚରରେ ଆସି ନାହିଁ ବୋଲି କହିଥିଲେ।ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ରାଜେଶ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା । 

କାରଣ ଯାହା ହେଉନା  କାହିଁକି ବାଗବାଡ଼ି ଅଞ୍ଚଳ ବାସୀ ଙ୍କ ବହୁ ଦିନ ର ଦାବୀ ଯୋଗୁଁ ଏକ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ହେବାକୁ ଯାଉଛି ଯେଉଁ ଥି ପାଇଁ ଉକ୍ତ ଅଞ୍ଚଳ ବାସୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରିବେ। ରାଜନୈତିକ ଫାଇଦା ଛାଡି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜନ ସାଧାରଣ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ତୁରନ୍ତ ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ଦାବୀ ହୋଇଛି ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post