ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ...

ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ...


ଭୁବନେଶ୍ଵର,୧୬/୦୪ (ବ୍ୟୁରୋ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ। ଦୀର୍ଘ ୨୬ ଘଣ୍ଟା ହେଲା ତାଙ୍କ ଶବ ଘରେ ପଡ଼ି ରହିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ରାଇଘର ଏବଂ ଉମରକୋଟ ବ୍ଲକ୍‌ ଅଞ୍ଚଳରେ। 

        Ad..


ରାଇଘର ବ୍ଲକ୍‌ ଅନ୍ତର୍ଗତ ଦେବଗାଁ ପଞ୍ଚାୟତର ଡୁମୁରିମୁଣ୍ଡା ଗ୍ରାମର ଜଣେ ୭୦ ବର୍ଷୀୟା ମହିଳା ରାୟମତି ଗଣ୍ଡଙ୍କ ସୋମବାର ଅପରାହ୍ନ ୩ଟାରେ ମୃତ୍ୟୁ ଘଟିଥିଲା।ତେବେ ମୃତା ଏବଂ ତାଙ୍କ ପରିବାର ଗତ ୩ ବର୍ଷ ହେଲା ହିନ୍ଦୁଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଶ୍ମଶାନରେ ଶବ ସତ୍କାର ପାଇଁ ଗ୍ରାମବାସୀ ଜାଗା ଦେଉ ନ ଥିବାରୁ ସେଠାରେ ଉତ୍ତେଜନା ଲାଗି ରହିଛି। 

     Ad..


ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ରହି ଗ୍ରାମବାସୀଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ନ ଥିବା ଜଣାପଡ଼ିଛି।ଏ ନେଇ ଗାଁରେ ଏକ ବୈଠକ କରାଯାଇ ଦୁଇ ଧର୍ମର ଲୋକେ ଆଲୋଚନା କରୁଛନ୍ତି। 

ଏପରିକି ବୃଦ୍ଧାଙ୍କ ନିଜ ପରିବାରର କେତେଜଣ ଲୋକ ଧର୍ମ ପରିବର୍ତ୍ତନ ନ କରି ମୂଳଧର୍ମରେ ରହିଥିବା ଯୋଗୁ ବୈଠକରେ ମୃତକଙ୍କ ପରିବାର ବିପକ୍ଷରେ ବସି ରହିଛନ୍ତି। ଫଳରେ ନିଜ ବଂଶଧର ପଟ୍ଟା ଜାଗାରେ ମଧ୍ୟ ବୃଦ୍ଧାଙ୍କ ମରଶରୀରକୁ ସତ୍କାର କରିବାକୁ ଅନୁମତି ଦେଉ ନ ତତ୍ବା ଜଣାପଡ଼ିଛି। 

ଏଭଳି ପରିସ୍ଥିତିରେ ରାଇଘର ଥାନା ଅଧିକାରୀ, ଉମରକୋଟ ଏସ୍‌ଡିପିଓ, ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ଲୋକଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି।ସେହିପରି ଉମରକୋଟ ବ୍ଲକ୍‌ ଅନ୍ତର୍ଗତ କୋପେନା ପଞ୍ଚାୟତ ଅଧୀନ ଅଣ୍ଡରି ଗ୍ରାମର ରାଜମନ ସାନ୍ତାଙ୍କ ସ୍ତ୍ରୀ ମାଣିକ ସାନ୍ତା (୫୪)ଙ୍କ ମୃତ୍ୟୁ ଘଟିଛି। 

ମୃତ ମହିଳାଙ୍କ ପରିବାର ହିନ୍ଦୁଧର୍ମ ପରିବର୍ତ୍ତନକରି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଶ୍ମଶାନରେ କିମ୍ବା ଆଖପାଖ ମୌଜାରେ ଶବ ସତ୍କାର କରିବା ପାଇଁ ଜାଗା ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। 

ଯଦି ମୃତକଙ୍କ ପରିବାର ହିନ୍ଦୁଧର୍ମ ଗ୍ରହଣ କରନ୍ତି, ତା’ହେଲେ ଗାଁ ମଶାଣିରେ ଶବ ସତ୍କାର ପାଇଁ ଜାଗା ଦେବେ ଏବଂ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି । ଖବରପାଇ ଉମରକୋଟ ତହସିଲଦାର ମେଗବାନ ବାଗ, ବିଡିଓ ମନୋଜ କୁମାର ମେହେର, ଆଇଆଇସି ବିପିନ କୁମାର ବାଗ, ବ୍ଲକ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରୁଛନ୍ତି। ତେବେଶେଷରେ ପୋଲିସ ପ୍ରଶାସନ ଉକ୍ତ ମହିଳାଙ୍କ ଜାଗାରେ ମୃତଦେହ ପୋତି ଦେଇଥିବା ଜଣାପଡ଼ିଛି।



Edited by k.s thakur...

Post a Comment

Previous Post Next Post