ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କ ପରଲୋକ...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କ ପରଲୋକ...


ବରଗଡ଼,୧୬/୦୪ (ବିଜୟ କୁମାର ସାହୁ) : ଆଜି ବରଗଡ଼ ଉପକଣ୍ଠ ଖୁଣ୍ଟପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନମିତା ଦାଶଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପ୍ରରାୟଣା ଶାନ୍ତ ମିଷ୍ଟଭାଷୀନି ମହିଳା ଥିଲେ। 

        Ad..


ତୋରା ସମଲେଶ୍ଵରୀ ସ୍କୁଲ, ବେହେରା ଟିକ୍ରା, ଗୋବିନ୍ଦ ପାଲି ଆଦି ସ୍କୁଲ ମାନଙ୍କରେ ଶିକ୍ଷା ଦାନ କରି ଜଣେ ଛାତ୍ର  ବତ୍ସଳା, ଉତ୍ତମ ଶିକ୍ଷୟିତ୍ରୀ ଭାବେ  ସମସ୍ତଙ୍କ ପରିଚିତ ଥିଲେ । ତାଙ୍କ ବିୟୋଗରେ ଉକ୍ତ ଗ୍ରାମର ସ୍କୁଲ ତଥା ଖୁଣ୍ଟପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

     Ad..


ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ମିନକେତନ ଦେବତା,ଦିଅର ପିତାମ୍ବର ଦେବତା, ବଡଭାଇ ସୁରେଶ କୁମାର ଦାଶ,ସାନଭାଇ ଅଶ୍ବିନୀ କୁମାର ଦାଶ ସାନ ଭଉଣୀ ସଞ୍ଜିତା ଦାଶ ଓ ସମ୍ପର୍କୀୟ ତଥା ଖୁଣ୍ଟପାଲି ଗ୍ରାମବାସୀ ଉପସ୍ଥିତ ଥିଲେ । ଖୁଣ୍ଟପାଲି ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତୁରା ଶୀବ ଦେବତା ମୁଖାଗ୍ନି ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post