କୋଣାର୍କରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ...

କୋଣାର୍କରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ...


କୋଣାର୍କ,୧୬/୦୪(ନି.ପ୍ର):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଏକ ଉଚ୍ଚ ବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜଣେ ନାବାଳକ ଛାତ୍ର କୋଣାର୍କ ହେଲିପ୍ଯାଡ ପଡିଆକୁ ଡାକି ଦୁଷ୍କର୍ମ କରିବା ନେଇ  ଅଭିଯୋଗ ହୋଇଛି। 

Ad..


ଛାତ୍ରୀ ଜଣକ ଅଭିଯୋଗ ପରେ  କୋଣାର୍କ ପୁଲିସ ନାବାଳକ ଛାତ୍ରକୁ ଗିରଫ କରି ବ୍ରହ୍ମପୁର ସ୍ଥିତ ଜୁଭେନାଇଲ କୋର୍ଟକୁ ପଠାଇଛି । ଘଟଣା ସମ୍ପର୍କରେ  କୋଣାର୍କ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି। 

    Ad..


ଖବରରୁ ପ୍ରକାଶ ଯେ କୋଣାର୍କ ଅଞ୍ଚଳର ଏକ ଗ୍ରାମର ଜୈନିକା ଅଷ୍ଟମ ଶ୍ରେଣୀର  ନାବାଳିକା ଛାତ୍ରୀ ଟିଉସନ ଯାଇଥିଲା ବେଳେ କୋଣାର୍କ ଥାନା ଅଞ୍ଚଳ ର ଆଉ ଏକ ଗ୍ରାମର ଦଶମ  ଶ୍ରେଣୀରେ ଅଧ୍ୟୟନରତ ଜଣେ ନାବାଳକ ଛାତ୍ର (୧୫) ବର୍ଷ ଉକ୍ତ ଛାତ୍ରୀ ଜଣକୁ ଗତ ମଙ୍ଗଳବାର ସନ୍ଧ୍ୟାରେ କୋଣାର୍କ ହେଲିପ୍ଯାଡ ପଡିଆକୁ ଡାକି ଦୁଷ୍କର୍ମ କରିଥିବା ନେଇ ନାବାଳିକା 

ଛାତ୍ରୀ ଜଣକ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀଙ୍କ ନିର୍ଦେଶ କ୍ରମେ କୋଣାର୍କ ଥାନା ଏସଆଇ କେଦାର ନାଥ ଦୋରା ଅଭିଯୁକ୍ତ ନାବାଳିକାକୁ ତାଙ୍କ ଗ୍ରାମରୁ ଗିରଫ କରି ବ୍ରହ୍ମପୁର ସ୍ଥିତ ଜୁଭେନାଇଲ କୋର୍ଟ ଚାଲାଣ କରିଥିବା ଜଣାପଡିଛି। 

ଏ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ୮୪/୨୬ରେ ଏକ ମାମଲା ରୁଜୁ କରି ପୋସ୍କୋ ଆକ୍ଟରେ ତଦନ୍ତ ଆରମ୍ଭ କରି ଅଧିକ ଅନୁସନ୍ଧାନ ଜାରି ରଖିଛି ବୋଲି କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀ ପ୍ରକାଶ କରିଛନ୍ତି।




Edited by k.s thakur...

Post a Comment

Previous Post Next Post