ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ଗହଣା, ୮ ଲକ୍ଷ ଟଙ୍କାର ରୂପା ଅଳଙ୍କାର, ନଗଦ ୬୧,୬୦୦ ଟଙ୍କା ସହ କାର ଜବତ...
କଟକ,୧୬/୦୪(ନି.ପ୍ର): ଲୁଟ୍ କରୁଥିଲେ, ଆତଙ୍କ ଖେଳାଉଥିଲେ । ଦୁଇ କୁଖ୍ୟାତ ଅପରାଧୀଙ୍କ ସହ ୮ ରିସିଭରଙ୍କୁ ଗିରଫ କଲା ପୁଲିସ । କଟକରୁ ଏହି ଗ୍ୟାଙ୍ଗ ଗିରଫ ହୋଇଛନ୍ତି ।
Ad..
ସେମାନଙ୍କ ପାଖରୁ ଏକ କୋଟି ୪୦ ଲକ୍ଷ ଟଙ୍କାର ସୁନା ଗହଣା, ୮ ଲକ୍ଷ ଟଙ୍କାର ରୂପା ଅଳଙ୍କାର, ନଗଦ ୬୧,୬୦୦ ଟଙ୍କା, ମହିନ୍ଦ୍ରା ଥାର୍ ଏବଂ ଫୋର୍ଡ ଫିଗୋ କାର ଜବତ କରାଯାଇଛି । ଏହାସହ ଚୋରିରେ ବ୍ୟବହୃତ ଅନେକ ସରଞ୍ଜାମ ମଧ୍ୟ ଜବତ କରାଯାଇଛି।
Ad..
ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳର ରାଜେଶ ଖୁଣ୍ଟିଆ ଏବଂ ସୁଶାନ୍ତ ସ୍ବାଇଁ। ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ୪୭ଟି ମାମଲା ରହିଛି। ଏମାନେ ରାତି ଅଧରେ ଘରେ ପଶନ୍ତି ଏବଂ ଲୁଟ୍ କରନ୍ତି ।
ଲୋକଙ୍କ ମାରଣାସ୍ତ୍ର ଦେଖାଇ ଘରେ କଳାକନା ବୁଲାନ୍ତି । ତେବେ ଏମାନେ ଚୋରି କରିବା ପରେ ଏହି ସମାଗ୍ରୀଙ୍କୁ ଯେଉଁମାନଙ୍କ ସାହାର୍ଯ୍ୟରେ ବିକ୍ରି କରନ୍ତି ସେମାନଙ୍କ ମଧ୍ୟରୁ ୮ ରିସିଭରଙ୍କୁ ମଧ୍ୟ ଗିରଫ କରାଯାଇଛି । କଟକ ଗ୍ରାମାଞ୍ଚଳ ଏସପି ଭିନୀତ ଅଗ୍ରଓ୍ବାଲ ସାଲେପୁର ଏସପିଙ୍କ କାର୍ଯ୍ୟାଳୟରେ ପ୍ରେସମିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
Edited by k.s thakur...



