ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ...

ସାମ୍ବାଦିକଙ୍କୁ ସୁରକ୍ଷା ଦାବିରେ ଅପ୍ରିଲ୍‌ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ...


ଅନୁଗୁଳ,୧୬/୦୪(ନି.ପ୍ର):  ସ୍ବାସ୍ଥ୍ୟବୀମା, ୧୫ହଜାର ଟଙ୍କା ପେନ୍‌ସନ୍‌, ସାମ୍ବାଦିକ ସୁରକ୍ଷା ଆଇନ ଆଦି ରାଜ୍ୟର ସାମ୍ବାଦିକଙ୍କ ବୃତ୍ତିଗତ ସୁରକ୍ଷା ଦାବିରେ ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) ଆସନ୍ତା ୨୯ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମଇ ୧ରେ କଳାବ୍ୟାଜ୍‌ ପିନ୍ଧି ରାଜ୍ୟ ସରକାରଙ୍କ ଅଣଦେଖା ନୀତି ବିରୋଧରେ ପ୍ରତିବାଦ କରିବ। 

Ad..


ଏନେଇ ଗତକାଲି ଅନୁଗୁଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତ୍ତା ସୂଚନା ଦେଇଛନ୍ତି।ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି, ଅନ୍ୟ ରାଜ୍ୟଗୁଡ଼ିକରେ ସାମ୍ବାଦିକଙ୍କ ସୁରକ୍ଷା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏଦିଗରେ ଅଣଦେଖା କରାଯାଉଛି। 

   Ad..


୭ ଫେବ୍ରୁଆରି ୨୦୨୪ରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିସ୍ବୀକୃତି କମିଟି ଗଠନ କରି ସାମ୍ବାଦିକଙ୍କୁ ଅଧିସ୍ବୀକୃତି ପ୍ରଦାାନ, ରାଜଧାନୀରେ ସ୍ବଳ୍ପମୂଲ୍ୟରେ ରହିବାକୁ ସାମ୍ବାଦିକ ଭବନ ନିର୍ମାଣ, ମାସିକ ୧୫ହଜାର ଟଙ୍କା ପେନ୍‌ସନ, ସ୍ବାସ୍ଥ୍ୟବୀମା, ଅବିବାହିତ ସନ୍ତାନଙ୍କୁ ବୀମାଭୁକ୍ତ କରିବା ଆଦି ଦାବିରେ ଭୁବନେଶ୍ବର ଠାରେ ଆନ୍ଦୋଳନ ହୋଇଥିଲା। 

ସେହି ସମୟରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ତତ୍‌କାଳୀନ ବିଜେପି ବିଧାୟକ ଦଳ ମୁଖ୍ୟ ମୋହନ ଚରଣ ମାଝି ଆନ୍ଦୋଳନ ସ୍ଥଳକୁ ଆସି ଦାବିକୁ ସମର୍ଥନ ଜଣାଇବା ସହ ବିଜେପି ସରକାରକୁ ଆସିଲେ ଏହାକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। 

ଏହା ମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଏହାର ପ୍ରତିବାଦରେ ସଂଗଠନ ପକ୍ଷରୁ ପ୍ରତିଜିଲ୍ଲାରେ ଅପ୍ରିଲ୍‌ ୨୯ରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିବ ଓ ମଇ ୧ ଶ୍ରମିକ ଦିବସରେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ ଜଣାଇବ। 

ଆଗାମୀ ଶୀତ ଅଧିବେଶନ ପୂର୍ବରୁ ଯଦି କୌଣସି ପଦକ୍ଷେପ ନନିଅନ୍ତି ତେବେ ସଂଗଠନ ପକ୍ଷରୁ ଭୁବନେଶ୍ବ‌ରରେ ବିଶାଳ ପ୍ରତିବାଦ ଆୟୋଜନ କରାଯିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ...

ଉପସଭାପତି ରଶ୍ମୀରଞ୍ଜନ ମିଶ୍ର ଓ ସତ୍ୟନାରାୟଣ ମିଶ୍ର, ଉପଦେଷ୍ଟା ପବିତ୍ର ମହାରଥା, ବିଶ୍ବଜିତ ପଟ୍ଟନାୟକ, ଜିଲ୍ଲାସଭାପତି ଲୋକନାଥ ଦଳେଇ, ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀକାନ୍ତ ଖଟେଇ, ଦେବାଷିତ ପୁରୋହିତ, ସତ୍ୟବ୍ରତ ଦାସ ଓହରିହର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। 




Edited by k.s thakur...

Post a Comment

Previous Post Next Post