ବାବା ବେଶ ଧରି ଲୁଟ , ୫ ନକଲି ବାବା ଗିରଫ... ସୁନ୍ଦରଗଡ, ୨୬/୦୪(ନି.ପ୍ର) : ନକଲି ବାବା ସାଜି ଗାଁ ଗହଳିର ନିରୀହ ଲୋକଙ୍କୁ ଲୁଟୁଥିଲେ। ଶେଷ ରେ ବନ୍ଧା ହେଇ ଜେଲ ଯାଇଛ...
ବାବା ବେଶ ଧରି ଲୁଟ , ୫ ନକଲି ବାବା ଗିରଫ...
ସୁନ୍ଦରଗଡ, ୨୬/୦୪(ନି.ପ୍ର) : ନକଲି ବାବା ସାଜି ଗାଁ ଗହଳିର ନିରୀହ ଲୋକଙ୍କୁ ଲୁଟୁଥିଲେ। ଶେଷ ରେ ବନ୍ଧା ହେଇ ଜେଲ ଯାଇଛନ୍ତି ୫ ଜଣ ନକଲି ବାବା ବେଶଧାରୀ। ଗିରଫ ସମସ୍ତ ୫ ଜଣ ବିହାର ଔରଙ୍ଗାବାଦ୍ ଅଞ୍ଚଳ ର ବୋଲି ପୁଲିସ କହିଛି।
Ad..
ସମସ୍ତଙ୍କୁ ସୁନ୍ଦରଗଡ ସଦରଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ନଗଦ ୩୬ ହଜାର ଟଙ୍କା ଜବତ କରିଛି ପୁଲିସ। ଅନେକ ଦିନ ଧରି ସଦର ଥାନା ଅଂଚଳରେ ଲୋକଙ୍କୁ ଠକି ସୁନାଗହଣା ଓ ଟଙ୍କା ଲୁଟି ନେଉଥିଲେ।
Ad..
ଗିରଫ ୫ ଜଣ ହେଲେ ଗୁଗୁ ପଣ୍ଡା, ଦୁଲାର ପଣ୍ଡା, ବିଶାଲ ପଣ୍ଡା, ଧାନୁ ପଣ୍ଡା ଏବଂ ଡକ୍ଟର ପଣ୍ଡା।ଗତ କାଲି ସଦର ଥାନା ଲଙ୍କାହୁଡ଼ା ଗାଁର ଗୋବର୍ଦ୍ଧନ ଓରାମଙ୍କ ଘରକୁ ତିନି ଜଣ ନକଲି ବାବା ଯାଇଥିଲେ । ପ୍ରଥମେ ଗୋବର୍ଦ୍ଧନ ସ୍ତ୍ରୀ ସେମାନଙ୍କୁ ଚାଉଳ ଏବଂ ୨୦ ଟଙ୍କା ଦେଇଥିଲେ।
Ad..
ପରେ ବାବା ବେଶଧାରୀ ଗୋବର୍ଦ୍ଧନ ପରିବାର ଉପରେ ବିପତ୍ତି ଆସିବ କହି ଡରାଇବା ସହ ସୁନା ଅଳଙ୍କାର ଦାବି କରିଥିଲେ । ସୁନା ଦେବାରେ ଅସମର୍ଥତା ପ୍ରକାଶ କଲା ପରେ ଛୁଆକୁ ହାନୀ ଘଟାଇବା ପାଇଁ ଧମକ ଦେଇଥିଲେ । ଏହା ପରେ ଗୋବର୍ଦ୍ଧନ ସ୍ତ୍ରୀ ର କାନ ଫୁଲ ଦେଇଥିଲେ ।
ଏହା ସହ ଆହୁରି ଦୁଇ ଜଣ ବାବା ବେଶଧାରୀ ସେଠାକୁ ଆସି ଧମକ ଚମକ ଦେଇଥିଲେ । ଏହା ପରେ ଗୋବର୍ଦ୍ଧନ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ୩ ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରୁ ଏହି ୫ ଜଣ ବାବା ବେଶଧାରୀ ଙ୍କୁ ଗିରଫ କରିଥିଲା।
Edited by k.s thakur...





No comments