ନୃସିଂହନାଥ ବୈଶାଖ ମେଳା ର ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ... ପାଇକମାଳ,୨୭/୦୪(ବିଜୟ କୁମାର ସାହୁ) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ନୃସିଂହନାଥ ଠାରେ ଆୟୋଜିତ ହେଉଥିବା ନୃ...
ନୃସିଂହନାଥ ବୈଶାଖ ମେଳା ର ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ...
ପାଇକମାଳ,୨୭/୦୪(ବିଜୟ କୁମାର ସାହୁ) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ନୃସିଂହନାଥ ଠାରେ ଆୟୋଜିତ ହେଉଥିବା ନୃସିଂହନାଥ ବୈଶାଖ ମେଳା ଓ ପ୍ରଭୁ ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବ ର ପ୍ରଥମ ଦିନରେ ଗଣେଶ ଘାଟ ଝରଣାରୁ ପବିତ୍ର ଜଳ କଳସରେ ଆଣି ନୃସିଂହନାଥ ମନ୍ଦିର...
Ad..
ଶିବ ମନ୍ଦିର, ସମଲେଶ୍ବରୀ ମନ୍ଦିର , ଶ୍ରୀରାମ ମନ୍ଦିର, ବିନ୍ଧ୍ଯବାସିନୀ ମନ୍ଦିର ଓ ଅନ୍ୟ ପାର୍ଶ୍ୱ ଦେବା ଦେବୀ ମନ୍ଦିର କୁ ଯାଇ ପୂଜା ଅର୍ଚ୍ଚନା କରିବା ସହ ବିଶ୍ବ ଶାନ୍ତି ମହାଯଜ୍ଞ ପୀଠରେ କଳସ ସ୍ଥାପନ କରିଥିଲେ । ଏଥର କର୍ତ୍ତା ଭାବେ ଚୁଡ଼ାମଣି ଭୁଏ ଓ ତାଙ୍କ ଧର୍ମ ପତ୍ନୀ ସନ୍ତୋଷିନୀ ଭୁଏ ଦାୟିତ୍ବ ତୁଲାଉଛନ୍ତି।
Ad..
ଆଜି ବୈଶାଖ ମେଳା ର ଦ୍ୱିତୀୟ ଦିନରେ ପଣ୍ଡିତ ଡିଗ୍ରିଧର ଦେବତା ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଓ ସାଢ଼େ ବାରମ୍ବାର ଆହୁତି ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ ହୋଇଯାଇଛି।
Ad..
ବ୍ରାହ୍ମଣ ବରଣ ପୂଜାର୍ଚ୍ଚନା ପରେ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ କରି ପାର୍ଶ୍ୱ ଦେବାଦେବୀ ଙ୍କୁ ନିମନ୍ତ୍ରଣ, ଗୋ ପୂଜନ ସହ ବିଶ୍ୱଶାନ୍ତି ବୀଜମନ୍ତ୍ର ମହାଯଜ୍ଞ ର ଶୁଭାରମ୍ଭ ହୋଇଯାଇଛି। ମନ୍ଦିର ତରଫରୁ ସମସ୍ତ ପ୍ରକ୍ରିୟା ଆୟୋଜିତ ହେଉଥିବା ବେଳେ ସ୍ଥାନୀୟ ଅଂଚଳର ବିଭିନ୍ନ ପୂଜକ ଙ୍କ ଦ୍ବାରା ବିଶ୍ୱଶାନ୍ତି ମହାଯଜ୍ଞ ହେଉଛି।
Ad..
୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ ସହ ହୋମଯଜ୍ଞ ଅନୁଷ୍ଠିତ ହେଉଛି। ଗତ ୨୬ ତାରିଖ ରୁ ୫ ଦିନ ଧରି ଅନୁଷ୍ଠିତ ହେଉଥିବା ବୈଶାଖ ମେଳା ରେ ଶ୍ରଦ୍ଧାଳୁ ଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯାଇଛି।
Edited by k.s thakur...






No comments