ରଥଯାତ୍ରାର ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ...

ରଥଯାତ୍ରାର ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ...


ଭୁବନେଶ୍ୱର, ୨୬/୦୪(ନି.ପ୍ର): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। 

Ad..


ଏଥିରେ ପୂର୍ବ ବୈଠକଗୁଡ଼ିକରେ ନିଆଯାଇଥିବା ନିଷ୍ପତ୍ତିର କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏଥି ସହ ଆଗାମୀ ପ୍ରସ୍ତୁତି ଓ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। 

   Ad..


ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।ବୈଠକରେ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ...

   Ad..


ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପବିତ୍ର ମୋହନ ସାମଲ, ଅତିରିକ୍ତ ଆରକ୍ଷୀ ନିର୍ଦ୍ଦେଶକ(ଆଧୁନିକୀକରଣ ) ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୁରୀ ଏସପି ପ୍ରତୀକ ପ୍ରମୁଖ ଉପସ୍ଥିତ ଥିଲେ। 

ରଥଯାତ୍ରାରେ ରଥଟଣା କିପରି ଶୃଙ୍ଖଳିତ ଭାବେ ହୋଇପାରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଥ କର୍ଡନ ଭିତରକୁ ପାସ୍ ଧାରୀଙ୍କ ପ୍ରବେଶ ଅଧିକ ରହୁଥିବାରୁ ରଥ ଟଣାରେ ଅସୁବିଧା ଉପୁଜୁଛି । ଏଥିପାଇଁ ଏଥର କର୍ଡନ ପାସ୍ ସଂଖ୍ୟା ବହୁ ସଂଖ୍ୟାରେ କମାଇବା ପାଇଁ ଆଲୋଚନା କରାଯାଇଥିଲା।

ବୈଠକରେ ରଥ ନିର୍ମାଣ ଓ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ପାଢୀ ସୂଚନା ଦେଇଥିଲେ। ରଥ ନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ମଧ୍ୟରୁ ୫୭୬ ଟି ସଂଗ୍ରହ ସରିଛି । ରଥ ଦଉଡି ଯେପରି ମଜବୁତ୍ ରୁହେ, ସେଥିପ୍ରତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଓବିସିସି ପକ୍ଷରୁ ନିର୍ମାଣାଧିନ ଜଗନ୍ନାଥ ବଲ୍ଲବ ତୀର୍ଥଯାତ୍ରୀ କେନ୍ଦ୍ର, ଆଚାର୍ଯ୍ୟ ହରିହର ଛକର ପୁନଃ ବିକାଶ , ଦିଗବାରେଣୀ ଠାରେ ବହୁତଳ ପାର୍କିଂ ବ୍ୟବସ୍ଥା , ଯାତ୍ରିକା ପାର୍କିଂ-୧ ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସରିବା ନେଇ ପ୍ରସ୍ତୁତି ଅଗ୍ରଗତି ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ।

ରଥଯାତ୍ରା ପୂର୍ବରୁ ବଡଦାଣ୍ଡରେ ୫୦ ଟି ହାଇମାଷ୍ଟ ଲାଇଟ୍ ଲାଗିବ। ପୁରୀ ସମୁଦ୍ରକୂଳରେ ୬ ଟି ବାୟୋ-ଶୌଚାଳୟ ବ୍ଲକ ସ୍ଥାପନ ହେବ, ଯେଉଁଥିରେ ୧୮ ଟି ଏକକ ଶୌଚାଳୟ ସୁବିଧା ମିଳିବ । ଏଥି ସହିତ ପୁଲିସ୍ ଶିବିର ସ୍ଥଳ, ପାର୍କିଂ ଅଂଚଳ ଏବଂ ଜନସାଧାରଣଙ୍କ ପାଇଁ ମୋଟ ୧୬୦୦ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ଦିଆଯାଇଥିଲା।

ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପରିଚାଳନା, ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ପାଇଁ ସ୍ଥାୟୀ ଓ ଅସ୍ଥାୟୀ ସିସିଟିଭି ଓ ଜରୁରୀକାଳୀନ ବ୍ୟବସ୍ଥା, ପୁରୀ ସହର ଭିତର ଓ ସଂଲଗ୍ନ ରାସ୍ତା ମରାମତି, ସ୍ୱାସ୍ଥ୍ୟ, ପରିମଳ, ନିୟନ୍ତ୍ରଣ କକ୍ଷ ପରିଚାଳନା..

ଯଥେଷ୍ଟ ସଂଖ୍ୟକ ପୁଲିସ୍ ମୁତୟନ, ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ଆଦି ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ୮ ଟି ଅଧିକ ରେଳ ଟିକେଟ୍ କାଉଁଟର କରାଯିବା ନେଇ ସୁଚନା ଦିଆଯାଇଛି।



Edited by k.s thakur...

Post a Comment

Previous Post Next Post