ରାଜ୍ୟସ୍ବ ମେଳା ରେ ଭୂମିହୀନ ଙ୍କୁ ପଟ୍ଟା ପ୍ରଦାନ ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ...
ମୁରିବାହାଲ,୨୧/୦୪(ଶଙ୍କର ମାଝୀ ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତହସିଲ କାର୍ଯ୍ୟାଳୟ ଠାରେ ରାଜ୍ୟସ୍ୱ ମେଳା ସହିତ ଭୂମିହୀନ ଙ୍କୁ ପଟ୍ଟା ପ୍ରଦାନ ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମୁରିବାହାଲ ତହସିଲଦାର ଶ୍ରୀଯୁକ୍ତ ଜଗଦିଶ କର୍ତ୍ତାମିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଯୋଗଦାନ କରି ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ ଓ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କରିଥିଲେ।ଏହି ଅବସରରେ ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ଟିଟିଲାଗଡ଼ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ ...
Ad..
ମୁରିବାହାଲ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ହରିବନ୍ଧୁ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତୀ ସେଠୀ, ମୁରିବାହାଲ ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଗଙ୍ଗାଧର ହେର୍ଣ୍ଣା, ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ହେମନ୍ତ କୁମ୍ଭାର, ମୁରିବାହାଲ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରିଙ୍କୁ ମେହେର ,ମୁରିବାହାଲ ସମିତି ସଭ୍ୟ ଶ୍ରୀଯୁକ୍ତ ଚକ୍ରଧର ହେର୍ଣ୍ଣା ମଞ୍ଚାସିନ ଅତିଥି ଙ୍କ ଦ୍ଵାରା ପଟ୍ଟା ବଣ୍ଟନ ସହିତ ଭତ୍ତା ବଣ୍ଟନ କରାଯାଇଥିଲା।
Ad..
ଏହି କାର୍ଯକ୍ରମରେ ମୋଟ ୨୩ଜଣ ଭୂମିହୀନ ହିତାଧିକାରୀଙ୍କ ମଧ୍ୟରୁ ହଳଦୀ ଗ୍ରାମପଞ୍ଚାୟତ ଡଙ୍ଗରପଡା ଗ୍ରାମର ବଣୁଆ ହାତୀ ଙ୍କ ଦ୍ଵାରା ଘର ଭାଙ୍ଗିଥିବା ୭ ଜଣ ଭୂମିହୀନ ହିତାଧିକାରୀ,ଓ ସେହି ଗ୍ରାମର ୯ ଜଣ ଭୂମିହୀନ ଏବଂ ଗୁଡିଘାଟ ଗ୍ରାମପଞ୍ଚାୟତ ର ବାବେଯୁରି ଗ୍ରାମର ଭୂମିହୀନ ହିତାଧିକାର ୭ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୬୪ଜଣ ମଧ୍ୟରୁ ୭ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ହଳଦୀ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ଟୁନାମଣି ମହାନନ୍ଦ, ରାଜିବ କୁମାର ମହାନ୍ତି, ମୁକୁନ୍ଦ ବଗର୍ତ୍ତୀ,ହଳଦୀ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ରମାରଞ୍ଜ ସେଟ୍,ଚଣାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସରୋଜ କୁମାର ମେହେର, ଇଛାପଡା ଗ୍ରାମପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ତୋଫାନ ନାଗ...
ସେହିପରି ତହସିଲ କର୍ମଚାରୀ ଗୁପ୍ତେଶ୍ୱର ଛୁରା, ପ୍ରଭାସିନୀ ବିଭାର, ଗୋବିନ୍ଦ ମଲ୍ଲିକ,ଯୁଗଳ କିଶୋର ମାଝୀ,ଭୂପେନ୍ଦ୍ର ବେହେରା, ଗୋପାଳ ଭୋଇ,ଜେମନ୍ତ ଭୋଇ, ନାରାୟଣ ଭୋଇ, ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur...




