ସାମ୍ବାଦିକ ସଂଘ ର ନୂତନ କର୍ମ କର୍ତ୍ତା ଚୟନ ; ମୋହନ ସଭାପତି ଓ ଗୁରୁଦୟାଲ ସମ୍ପାଦକ...
କଣ୍ଟାବାଞ୍ଜି,୨୧/୦୪(ନିପ୍ର) : କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ର ଏକ ବୈଠକ ସୋମବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଡାକ ବଙ୍ଗଳା ରେ ଅନୁଷ୍ଠିତ ହୋଇଥିଲା। ସଂଘର ବରିଷ୍ଠ ସଦସ୍ୟ ସୁବାସ ବେହେରା ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ସଭା ଆରମ୍ଭ ରେ ସଂଘର ବରିଷ୍ଠ ସଭ୍ୟ ମୌଜ ଆଧାର ଶର୍ମା ଙ୍କ ବିୟୋଗ ରେ ଶୋକ ସଭା କରାଯାଇଥିଲା। ପରେ ସର୍ବ ସମ୍ମତି କ୍ରମେ ମୋହନ ସୋନି ସଭାପତି,ଜୀବନାନନ୍ଦ ମହାନ୍ତି କାର୍ଯ୍ୟକାରୀ ସଭାପତି,ଉପସଭାପତି ଶିବ ସଙ୍କର ବାଗ ,ସମ୍ପାଦକ ଗୁରୁ ଦୟାଲ ହଂସ..
Ad..
ସହସମ୍ପାଦକ ଶେଖ୍ ସମିମ୍,କୋଷାଧକ୍ଷ କୁର୍ତ୍ତିକର ବାଗ,କାର୍ଯ୍ୟକାରୀ ସଭ୍ୟ ବିମଳ ଦାଶ,ବିନୋଦ ସିଂ ,କୁଶଲ ଠାକୁର,କୈଳାସ ସଗରିଆଙ୍କୁ ମନୋନୀତ କରାଯାଇଥିଲା। ପରେ ବୈଠକରେ ବିଭିନ୍ନ ବିକାଶ ଓ ସଂଘ ଆଗମୀ କାର୍ଯ୍ୟକ୍ରମକୁ ନେଇ ବିସ୍ତାର ଭାବେ ଆଲୋଚନା କରାଗଲା।
Ad..
ଶୀଘ୍ର ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଅଂଚଳର ବିକାଶ ଓ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା କିପରି ଭାବରେ ମିଳି ପାରିବ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନୂତନ ସଭାପତି ମୋହନ ସୋନି ମତପ୍ରକାଶ କରିଥିଲେ।
Edited by k.s thakur...




