ବର୍ଣ୍ଣାଢ଼୍ୟ ସମାରୋହରେ ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ପାଳିତ...
ପଦ୍ମପୁର,୨୧/୦୪(ବିଜୟ କୁମାର ସାହୁ) : ପଦ୍ମପୁର ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣଙ୍କ ଇଷ୍ଟଦେବ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ସ୍ଥାନୀୟ ବ୍ରାହ୍ମଣ ସମାଜ ସାଂସ୍କୃତିକ ଭବନଠାରେ ଆକାଶ ପଣ୍ଡା ସସ୍ତ୍ରୀକ କର୍ତ୍ତା ଓ ପଣ୍ଡିତ ଅତ୍ରାହିଭଞନ ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ଷୋଡ଼ଶ ପଚାର ପୂଜା ହୋମ ଇତ୍ୟାଦି ସମ୍ପନ୍ନ ହୋଇଯାଇଛି।
Ad..
ଅପରାହ୍ନରେ ବର୍ଣ୍ଣାଢ଼୍ୟ ପରିବେଶରେ ସୁସଜ୍ଜିତ ରଥାରୂଢ଼ ଭଗବାନ ପର୍ଶୁରାମଙ୍କ ସହର ପରିକ୍ରମାରେ ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ ଓ ଗାୟତ୍ରୀ ବାହୀନିର ଶତାଧିକ ସଭ୍ୟସଭ୍ଯା ଏକା ରଙ୍ଗର ମନୋରମ ପୋଷାକ ପରିଧାନ କରି ସହର ପରିକ୍ରମା କରିଥିଲେ ।
Ad..
ବିଭିନ୍ନ ବାଦ୍ୟ ତଥା ନୃତ୍ୟ ଦଳର ତାଳରେ ସହର ଝୁମି ଉଠିଥିଲା ।ପ୍ରୋନିତ ନମନ ମିଶ୍ର ପର୍ଶୁରାମଙ୍କ ଅବତାର ରେ ଅଭିଷିକ୍ତ ହୋଇଥିଲେ ।ଏଲ ଏନ୍ ପେଟ୍ରୋଲ ପମ୍ପ, ପଦ୍ମପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହୟୋଗ, ଲକ୍ଷ୍ମୀ ନାରାୟଣ ଷଡ଼ଙ୍ଗୀ, କାଳୀଚରଣ ଶର୍ମା ଓ ଜିତେନ୍ଦ୍ର କୁମାର ଦାଶ ବିଭିନ୍ନ ସ୍ଥାନରେ ଘୋଳଦହି ତଥା ଥଣ୍ଡା ପାନୀୟର ବ୍ୟବସ୍ଥା କରିଥିଲେ।
Ad..
ବ୍ରାହ୍ମଣ ସମାଜର ସମସ୍ତ ବିଶିଷ୍ଟ ବ୍ୟକ୍ତି ଙ୍କ ସହ ପର୍ଶୁରାମ ବାହିନୀ, ଗାୟତ୍ରୀ ବାହିନୀ ତଥା ବ୍ରାହ୍ମଣ ସମାଜ ର ବିକାଶ ପଣ୍ଡା,ଭରତ ପଣ୍ଡା, ଅମୀୟ ପୁରୋହିତ, ପ୍ରଭୁଦତ୍ତ ପଣ୍ଡା, ବିଶ୍ୱ ପଣ୍ଡା, ଦୀପକ ତିୱାରୀ, ପ୍ରଫୁଲ୍ଲ ମିଶ୍ର, ଦୀପକ ଦାସ, ଅରବିନ୍ଦ ପାଣିଗ୍ରାହୀ, ପ୍ରମୋଦ ମିଶ୍ର, ଅଂଶୁମାନ ତ୍ରିପାଠୀ...
ଅନନ୍ତ ଦାସ, ମିଳନ ପଣ୍ଡା, କୁନାଲ ପାଣିଗ୍ରାହୀ, ଚିନ୍ମୟ ପଣ୍ଡା, ପର୍ଶୁରାମ ବାହିନୀ ର ସମ୍ପାଦକ ଆକାଶ ପଣ୍ଡା, ତୃପ୍ତିମୟୀ ଦାଶ, ଜ୍ୟୋତ୍ସ୍ନା କର, ସ୍ବର୍ଣ୍ଣକାନ୍ତୀ ପତି, ମନୋରମା ମହାପାତ୍ର, ସମାଜର ସଭାପତି ଜୟନାରାୟଣ ତ୍ରିପାଠୀ, ସଂପାଦକ ସଦାନନ୍ଦ ପୁରୋହିତ...
ବଳଦେବ ପାଣିଗ୍ରାହୀ, ସୁରେଶ ମିଶ୍ର,ପ୍ରକାଶ କୁମାର ଦାଶ, ଜିତେନ୍ଦ୍ରିୟ ଦାଶ, ଦିବ୍ୟ କିଶୋର ପଣ୍ଡା, ଇତ୍ୟାଦି ସାମିଲ୍ ହୋଇଥିଲେ । ପର୍ଶୁରାମ ବାହିନୀ ର ସଭାପତି ପାର୍ଥସାରଥୀ ମହାପାତ୍ର ସମସ୍ତ କର୍ମକର୍ତ୍ତା ତଥା ପଦ୍ମପୁର ପୋଲିସର ସହଯୋଗ ଲାଗି ଧନ୍ୟବାଦ ଅର୍ପଣ କରିଛନ୍ତି।
Edited by k.s thakur...




