ସତ ସାହସ ଥିଲେ ମହିଳା ଆରକ୍ଷଣ ବିଲ୍ କୁ ଲାଗୁ କରନ୍ତୁ କେନ୍ଦ୍ର ସରକାର : ଅରବିନ୍ଦ ଦାସ...
ବରଗଡ,୨୧/୦୪(ବିଜୟ କୁମାର ସାହୁ) : ମହିଳା ଆରକ୍ଷଣ ବିଲ୍ ଉପରେ କୁମ୍ଭୀର କାନ୍ଦଣା ନକରି ସତ ସାହସ ଥିଲେ ମହିଳା ଆରକ୍ଷଣ ବିଲକୁ ଲୋକସଭାର ଏହି ୫୪୫ ସଦସ୍ୟ ବିଶିଷ୍ଟ ଥାଇ ଲାଗୁ କରନ୍ତୁ କେନ୍ଦ୍ର ସରକାର ବୋଲି ଆଜି ବରଗଡ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ଗଣ ମାଧ୍ୟମ ବିଭାଗ ମୁଖ୍ୟ ଅରବିନ୍ଦ ଦାସ।
Ad..
ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦିପ ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ଦାସ କହିଥିଲେଯେ ମହିଳା ଆରକ୍ଷଣ ବିଲ୍ ୨୦୨୩ ରେ ପାର୍ଲିଆମେଣ୍ଟ ରେ ପାସ୍ ହେଲା ପରେ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ କୌଣସି ଆନ୍ତରିକତା ନଥିଲା ନହେଲେ ଆଇନ ରେ ପରିଣତ କରାଯାଇ ପାରିଥାନ୍ତା ।
Ad..
ବର୍ତ୍ତମାନ ମହିଳା ବିଲ୍ କୁ ଆଳ କରି ଲୋକସଭା ଆସନ ସୀମା ନିର୍ଦ୍ଧାରଣ ବିଲ୍ କୁ ପାଶ କରିବାର ଷଡ଼ଯନ୍ତ୍ର ଧରା ପଡ଼ିଯିବା ଓ ବିଲ୍ ଟି ପାର୍ଲିଆମେଣ୍ଟରେ କାଟ ଖାଇବା ଫଳରେ ବିଜେପି ନିଜ ଦୋଷ ଉପରେ ପରଦା ଢାଙ୍କିବାକୁ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଦଳକୁ ମହିଳା ଆରକ୍ଷଣ ବିରୋଧୀ ଭାବରେ ଅଭିହିତ କରିବାପାଇଁ ଦେଶ ସାରା ଚେଷ୍ଟା କରୁଛି ବୋଲି ଶ୍ରୀ ଦାସ କହିଥିଲେ।
Ad..
ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି , ସେହି ସମୟରେ ବିଲ ନଆଣି ନିର୍ବାଚନ ପରେ ନିର୍ବାଚନ ପରେ ଆଣିଥିଲେ ଆଦର୍ଶ ଆଚରଣ ବିଧି ଉଲଂଘନ ହୋଇନଥାନ୍ତା ଆଉ ବିଲ୍ ଉପରେ ଆଲୋଚନା ହୋଇପାରିଥାନ୍ତା । ସେ ପ୍ରଶ୍ନ କରି କହିଥିଲେ ଯେ ୨୦୨୩ ରୁ ମହିଲା ବିଲ୍ ପାସ୍ ହେଲା ପରେ ଅଜି କାହିଁକି ପୁଣି ଅଧିବେଶନ ଡାକିଲେ ?
ଏହା ଲୋକସଭାରେ ପାସ୍ ହେବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସହମତି ଦରକାର ।ସରକାର ବିରୋଧୀ ଦଳକୁ ପୂର୍ବରୁ ଆଲୋଚନାକୁ ନଡାକି ମହିଳା ସଂରକ୍ଷଣ ବିଲ୍ ଆଳରେ ଲୋକସଭା ଲୋକସଭା ଆସନ ସୀମା ନିର୍ଦ୍ଧାରଣ ବିଲ୍ କୁ ପାଶ କରିବାର ଷଡ଼ଯନ୍ତ୍ର ଧରା ପଡ଼ିଯିବା ଓ କାଟ ଖାଇବା ପରେ ଅନ୍ୟ କୌଣସି ଉପାୟ ନପାଇ କଂଗ୍ରେସ ଦଳକୁ ଓ ବିରୋଧୀ ଙ୍କୁ ମହିଳା ଆରକ୍ଷଣ ବିରୋଧୀ ବୋଲି ଅଭିହିତ କରିବାର ହୀନ ପ୍ରୟାସ ଆରମ୍ଭ କରିଛନ୍ତି ।
ଶ୍ରୀ ଦାସ ଏହି ମର୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ତ୍ରିସ୍ତରୀୟ ପଞ୍ଚାୟତରାଜ କ୍ଷେତ୍ରରେ ୩୩ ପ୍ରତିଶତ ମହିଳା ଙ୍କ ଆରକ୍ଷଣ ବିଲ୍ ଆଣି ପାର୍ଲିଆମେଣ୍ଟ ରେ ପାସ୍ କରି ଆଇନ ରେ ପରିଣତ କରିଥିଲେ । ଅନ୍ୟତମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ନରସିଂହା ରାଓ ଏସି ଏସଟି ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଆରକ୍ଷଣ ବ୍ୟବସ୍ଥା କରିଥିଲେ ।
ଯେଉଁ କଂଗ୍ରେସ ଦଳ ଏତେ ପୂର୍ବରୁ ମହିଳା ମାନଂକ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲା ଆଜି ତାକୁ ବଦନାମ କରିବାକୁ ଯେଉଁ ହୀନ ଚକ୍ରାନ୍ତ ଚାଲିଛି କଂଗ୍ରେସ ଦଳ ନୀରବ ଦ୍ରଷ୍ଟା ହୋଇ ଚୁପ୍ ନରହି ତାର ଦୃଢ଼ ପ୍ରତିବାଦ କରିବ । ଶ୍ରୀ ଦାସ ନରେନ୍ଦ୍ର ମୋଦି ଓ ରାଜ୍ୟର ମୋହନ ସରକାର ନାରୀଙ୍କୁ ସମ୍ମାନ ଓ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
ବେଙ୍ଗଲ ନିର୍ବାଚନ ରେ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଦିଦି ଓ ଦିଦି ବୋଲି ଆକ୍ଷେପ ଭରା କଣ୍ଠରେ ସମ୍ବୋଧନ କରିବା , ଏଷ୍ଟିନ ଫାଇଲରେ ନିଜ ତଥା ମନ୍ତ୍ରୀ ପରିଷଦ ର ଅନ୍ୟ ସଦସ୍ୟଙ୍କ ନାମ ପ୍ରଘଟ ହେବା ଓ ତାକୁ ଚପାଇଦେବାକୁ ଉଦ୍ୟମ କରିବା, ବିଲକିସ ବାନୋ...
ଉନାଓ ପୀଡ଼ିତା , କୁସ୍ତି ଯୋଦ୍ଧା ମହିଳା , ମଣିପୁର ର ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ନକରିବା ନରେନ୍ଦ୍ର ମୋଦୀ ସରକାର ର ନାରୀ ପ୍ରତି କେତେ ଯେ ସମ୍ମାନ ଅଛି ତାହା ଜଳ ଜଳ ହୋଇ ବାରି ହୋଇଛି ବୋଲି ସେ ଆକ୍ଷେପ କରିଥିଲେ ।
ସେ ଏହି କ୍ରମରେ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ପ୍ରାରମ୍ଭ ରୁ ଓଡ଼ିଶାର ନାରୀ ସମାଜକୁ ନ୍ୟାୟ ପ୍ରଦାନ କରିବା ପାଇଁ ସ୍ୱର ଉତ୍ତୋଳନ କରିବାସହ ପଦଯାତ୍ରା କରିବା ନାରୀ ଙ୍କ ପ୍ରତି କଂଗ୍ରେସ ଦଳର ସମ୍ମାନ ଏକ ଅନନ୍ୟ ଓ ସଦ୍ୟ ଉଦାହରଣ ବୋଲି କହିଥିଲେ ।
ଏହି ଅବସରରେ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ସାଧାରଣ ସମ୍ପାଦକ ମୁସ୍ତାକ ମହମ୍ମଦ , ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ , ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନନ୍ତ ଶୟନ ପାଢ଼ୀ, ଭଟଲି ବିଧାୟକ ପ୍ରାର୍ଥୀ ବ୍ରହ୍ମା ମହାକୁଡ , ବିଜେପୁର ବିଧାୟକ ପ୍ରାର୍ଥୀ କିଶୋର ଦଫାଦାର , ବରିଷ୍ଠ କଂଗ୍ରେସ ନେତା ଯୁଗଳ ପ୍ରସାଦ ସିଂ, ସରୋଜ ଷଡ଼ଙ୍ଗୀ, ମହିଳା ନେତ୍ରୀ ସୀମା କୁମ୍ଭାର ପ୍ରମୁଖ ମଞ୍ଚାସିନ ଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ଦେବତା, ରବିନାରାୟଣ ପଣ୍ଡା, ସଂଗ୍ରାମ ନେପାକ, ସୁଶିଲ କୁମାର ଭୋଇ, ସୁଶାନ୍ତ ସାହୁ, ଜତୀରଞ୍ଜନ ପୁଝାରୀ, ବିମଳ ଶିକ୍କା, ଦିଲିପ ନନ୍ଦ, ଚନ୍ଦନ ଦାଶ, ଅମନ ଦୁବୈଦି, ଗଙ୍ଗା ପୁଝାରୀ, ପ୍ରଶାନ୍ତ ନାୟକ, ପ୍ରମୋଦ ସାହୁ, ମନୋଜ ସିଂହ ଓ ବହୁ ସଂଖ୍ଯାକ କଂଗ୍ରେସ ପ୍ରେମି ଉପସ୍ଥିତ ଥିଲେ।
ଗତକାଲି ବରଗଡ ଅଗ୍ରଗାମୀ ଯୁବକ ସଂଘର ସମ୍ମିଳନୀ କକ୍ଷ ଠାରେ ବରଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦୀପ ସିଂହ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଶ୍ରୀ ଦାସ ଓ ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ସାଧାରଣ ସମ୍ପାଦକ ମୁସ୍ତାକ ମହମ୍ମଦ ,ପୂର୍ବତନ ବିଧାୟକ ସାଧୁଚରଣ ନେପାକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Edited by k.s thakur...




