ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ନେଇ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ...

ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ନେଇ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ...


କଣ୍ଟାବାଞ୍ଜି,୧୧/୦୪(ନି.ପ୍ର) : ଆସନ୍ତା ଏପ୍ରିଲ ୧୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ନେଇ ଶୁକ୍ରବାର ଦିନ କଣ୍ଟାବାଞ୍ଜି ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

       Ad..


ଏହି ସାମ୍ବାଦିକ ସମ୍ମିଳନୀ ତଥା ପ୍ରସ୍ତୁତି ବୈଠକ ବଲାଙ୍ଗିର ଜିଲ୍ଲା ସଂଯୋଜକ ରୁପେଶ ବେହେରା ଙ୍କ ସଭାପତିତ୍ବ ରେ ଆୟୋଜନ କରାଯାଇଥିଲା।ଶ୍ରୀ ବେହେରା ସୂଚନା ଦେଇଛନ୍ତି ଯେ ଆସନ୍ତା ଏପ୍ରିଲ ୧୫ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମହାସମାବେଶରେ ବଲାଙ୍ଗିର ଜିଲ୍ଲା ତଥା ଓଡ଼ିଶାର ସହର ଓ ଗ୍ରାମ୍ୟ ରୁ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

   Ad..


ଓଡିଶା ଜନତା କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ମହମ୍ମଦ ମୋକିମ୍ ଙ୍କ ତତ୍ତ୍ଵାବଧାନରେ ଓଡ଼ିଶାର ନୂତନ ପରିବର୍ତ୍ତନ ପାଇଁ ଏହା ଏକ ପ୍ରାରମ୍ଭ ବୋଲି ଶ୍ରୀ ବେହେରା କହିଛନ୍ତି। 

ଏହି କାର୍ଯ୍ୟକ୍ରମ ରେ ପ୍ରେସ ମିଡିଆ ପ୍ରତିନିଧିଙ୍କ ସହ ଅରୁଣ କୁମାର ତାଣ୍ଡି,ଗୁପ୍ତେଶ୍ୱର ବେହେରା,ତିଳ ଚିରାଙ୍ଗୁନ, ଅମର ଭରାସଗ୍ରିଆ,ହିମାଂଶୁ ପୁଟେଲ,ସରୋଜ ବାରିକ,ଶ୍ରୀକାନ୍ତ ସାହୁ,ମୁକେଶ ସାହୁ,ମିନିକେତନ୍ ନିଆଲ୍, କାନ୍ନହା ବେହେରା,ତୁଲେଶ୍ୱର୍ ପୁଟେଲ୍ ପ୍ରମୁଖ ଯୋଗ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post