ଓଲଟିଲା ଚଣା ବୋଝେଇ ଟ୍ରକ...
ମୁରିବାହାଲ,୧୧/୦୪(ଶଙ୍କର ମାଝୀ): ବଳାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ୫୯ ନମ୍ବର ଜାତୀୟ ରାଜପଥ ଘଣ୍ଟବାହାଲି-ପତ୍ରାପାଲି(ଖ) ନିକଟରେ କେସିଙ୍ଗା ରୁ ରାୟପୁର ଯାଉଥିବା ଏକ ଚଣା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ଚାଷ ଜମି କୁ ଓଲଟି ପଡ଼ିଥିଲା।
Ad..
ଏକ ଟ୍ରକ(ଓଡି୦୮ଟି୦୪୧୦) ଗାଡ଼ି ରେ ଚଣା ବୋଝେଇ ହୋଇ ରାୟେପୁର କୁ ଯାଉଥିବାବେଳେ ଘଣ୍ଟବାହାଲି-ପତ୍ରାପାଲି ନିକଟରେ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟି ପଡିଥିଲା।
Ad..
ତେବେ ଏଥିରେ କେହି ଆହତ ହୋଇନଥିବା ବେଳେ କିଛି ଚଣା ତଲେ ପଡ଼ି ନଷ୍ଟ ହେବା ଜଣାପଡିଛି। ଟିଟିଲାଗଡ଼ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ସମସ୍ତ ଚଣା କୁ ଜବତ କରି ଥାନାରେ ରଖିଥିବା ଜଣାପଡିଛି।
Report : shankar majhi
Edited by k.s thakur...



