ଗନ୍ଧମାର୍ଦନ ରେ ଫସିଥିବା ୭ଜଣ ଙ୍କୁ ପୁଣି ଉଦ୍ଦାର କଲେ ପାଇକମାଳ ଦମକଳ, ଜଙ୍ଗଲ ଓ ପୋଲିସ କର୍ମଚାରୀ ଗଣ...

ଗନ୍ଧମାର୍ଦନ ରେ ଫସିଥିବା ୭ଜଣ ଙ୍କୁ ପୁଣି ଉଦ୍ଦାର କଲେ ପାଇକମାଳ ଦମକଳ, ଜଙ୍ଗଲ ଓ ପୋଲିସ କର୍ମଚାରୀ ଗଣ...


ପାଇକମାଳ,୧୨/୦୪(ବିଜୟ କୁମାର ସାହୁ): ବରଗଡ ଜିଲ୍ଲା ନୃସିଂହନାଥ ଗନ୍ଧମାର୍ଦନ ପର୍ବତରେ ପୁଣି ଫସିଥିବା ଭକ୍ତ ମାନଙ୍କୁବହୁତ କଷ୍ଟରେ ଶନିବାର ଉଦ୍ଧାର କରିଛନ୍ତି ପାଇକମାଳ ର ଦମକଳ କର୍ମଚାରୀ, ବନବିଭାଗ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ। 

   Ad..


ପ୍ରକାଶଥାଉକି ଶନିବାର କଳାହାଣ୍ଡି ଜିଲ୍ଲା, ନର୍ଲା ଥାନା, ଗଡ଼ବନ୍ଧ ଗ୍ରାମର ଗୋଟିଏ ପରିବାର ର ଗୌରାଙ୍ଗ ନାୟକ, ଭାଗ୍ୟଧର ନାୟକ, ଶାନ୍ତି ନାୟକ, ଯଶୋଦା ନାୟକ, ରାଜେନ୍ଦ୍ର ନାୟକ, ଧର୍ମେନ୍ଦ୍ର ନାୟକ, ଓ ମୋହନ ନାୟକ ନୃସିଂହନାଥ ଆସି ଅସ୍ତି ପ୍ରବାହ କରିଥିଲେ । 

    Ad..


ଏହି କାମ ସାରି ହରି ଶଙ୍କର ମନ୍ଦିର ଦର୍ଶନ କରିବା ପାଇଁ ନୃସିଂହନାଥ ମନ୍ଦିରରୁ ବାହାରି ଗନ୍ଧମାର୍ଦନ ପର୍ବତକୁ ଚଢ଼ି ଥିଲେ । ଅଧବାଟ ଯିବାପରେ ଭୀମମଣ୍ଡୁଆ ପାଖରେ ବାଟ ବାଟ ବଣା ହୋଇ ଜଙ୍ଗଲ ଭିତରକୁ ପଶି ବାହାରି ପାରି ନ ଥିଲେ । 

ହେଲେ ସେମାନେ କାହାପାଖରୁ ନୃସିଂହ ନାଥ ବନ ବିଭାଗ ଫରେଷ୍ଟର ରମେଶ ପ୍ରଧାନ ଙ୍କୁଏନେଇ  ଫୋନ କରିଥିଲେ,ଶ୍ରୀ ପ୍ରଧାନ, ତାଙ୍କ ସହଯୋଗୀ ତୁଲାରାମ ବାର୍ଲା, ରାଜା ତାଣ୍ଡି, ପିତାମ୍ବର ଡନସନା, ନରୋତ୍ତମ ଭୋଇ ଙ୍କୁ ସହ ଦମକଳବିଭାଗ ର ଆଇ ଆଇ ସି ଭରତ କୁମାର ସିଂ, ତାଙ୍କ କର୍ମଚାରୀ ଗିରିଧାରୀ ଡନସନ।, ଶେଷଦେବ ପୁଟେଲ, ବିକାଶ ସୋରେନ, ରାଜେଶ ଛୋଟେଇ, ମନିଲ ବଂଛୋର ଓ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଭୀମମଣ୍ଡୁଆ କୁ ଚଢ଼ି ବାଟବଣା ନାୟକ ପରିବାରକୁ ଉଦ୍ଦାର କରି ଥିଲେ। 

ପ୍ରଥମେ ଦମକଳ କର୍ମଚାରୀ ମାନେ ନାୟକ ପରିବାରକୁ ଠାବ କରି ବିସ୍କୁଟ, ପାଣି ଖାଇବାକୁ ଦେଇ ଥିଲେ । ବୟସ୍କା ଗୌରାଙ୍ଗ ର ହୋସ ନ ଥିବା ବେଳେ ତାଙ୍କୁ କିଛି ବାଟ ବୋହିକରି ଆଣିଥିଲେ ଦମକଳ କର୍ମଚାରୀ । 

କପିଳଧାର ଜଳପ୍ରପାତ ଯାଏଁ ଚାଲି ଚାଲି ଆସିବା ପରେ ସମସ୍ତ ଙ୍କୁ ନୃସିଂହନାଥ ଯାଏଁ ଗାଡ଼ିରେ ଅନଆଯାଇଥିଲା। ତାପରେ ସେମାନଙ୍କୁ ପାଇକମାଳ ଚିକିତ୍ସାଳୟ ରେ ଚିକିତ୍ସା କରାଯାଇ ତାଙ୍କୁ ନୂଆପଡା ରେଳଷ୍ଟେସନ ରେ ଛାଡି ଦିଆ ଯାଇଥିଲା । ବାରମ୍ବାର ଏମିତି ଘଟଣା ଘଟୁ ଥିବାରୁ ବନବିଭାଗ ତରଫରୁ ବାଟ  ଚଲା ରାସ୍ତାରେ ସାଇନବୋର୍ଡ଼ ଦେବାପାଇଁ ଦାବୀ ହୁଏ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post