ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ରିଫ୍ରେଶର ଓ ଇଣ୍ଡକସନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ରିଫ୍ରେଶର  ଓ ଇଣ୍ଡକସନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ,୧୨/୦୪ (ବିଜୟ କୁମାର ସାହୁ) : ଦୁଇ ଦିନ ଧରି ବରଗଡ ଜିଲ୍ଲା ସ୍ତରୀୟ ରିଫ୍ରେଶର  ଓ ଇଣ୍ଡକସନ ତାଲିମ କାର୍ଯ୍ୟକ୍ରମ କଲେକ୍ଟର କନଫେରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

        Ad..


ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲାର ଆରକ୍ଷ ଅଧୀକ୍ଷକ  ପ୍ରହ୍ଳାଦ ସାହାଇ ମୀନା ଯୋଗ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପବ୍ଲିକ ପ୍ରସିକ୍ୟୁଟର, ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର,ସହାୟକ ପବ୍ଲିକ ପ୍ରସିକ୍ୟୁଟର ଓ ଏସୋସିଏଟ ପବ୍ଲିକ ପ୍ରସିକ୍ୟୁଟର ଯୋଗ ଦେଇଥିଲେ। 

    Ad..


କାର୍ଯ୍ୟକ୍ରମରେ ଭାରତୀୟ ସାକ୍ଷ ଅଧିନିୟମ ,ଭାରତର ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ନ୍ୟାୟ ସଂହିତା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା। 

ସାଧନ କର୍ମୀ ରୂପେ ପବ୍ଲିକ ପ୍ରସିକ୍ୟୁଟର ରଶ୍ମି ରେଖା ଦେଓ , ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭୁବନେଶ୍ଵରୀ ନାଏକ ଏବଂ କଟକ ଉଚ୍ଚ ନ୍ୟାୟାଳୟ ର ଏଡଭୋକେଟ ସୂର୍ଯ୍ୟସନାତା ପଲ ଓ ବରଗଡ ସିଡିଏମଓ ଡକ୍ଟର କୁବେର ଚନ୍ଦ୍ର ମହାନ୍ତ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଡେପୁଟି ଡାଇରେକ୍ଟର ପ୍ରସିକ୍ୟୁସନ ବେଣୁଲାଲ ପ୍ରଧାନ , ଏସିଷ୍ଟେଣ୍ଟ ଡାଇରେକ୍ଟର ପ୍ରସିକ୍ୟୁସନ ସୁଶୀଲ କୁମାର ସୁନାନୀ , ଡେପୁଟି ଡାଇରେକ୍ଟର ଜୁଡିସିଆଲ ନିରଞ୍ଜନ ବେହେରା  ଓ ଏସିଷ୍ଟେଣ୍ଟ କଲେକ୍ଟର ଜୁଡିସିଆଲ ଉମାକାନ୍ତ ସଂଜୀବ ଶେଖର କୁମୁରା ପ୍ରମୁଖ ପରିଚାଳନା କରିଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post