ଫ୍ରେଣ୍ଡସ ଏସୋସିଆସନ ର ବାର୍ଷିକ ବୈଠକ...

ଫ୍ରେଣ୍ଡସ ଏସୋସିଆସନ ର ବାର୍ଷିକ ବୈଠକ...


ବରଗଡ଼,୧୨/୦୪(ବିଜୟ କୁମାର ସାହୁ): ଫ୍ରେଣ୍ଡସ ଏସୋସିଆସନ ,ସମ୍ବଲପୁରର ବାର୍ଷିକ ବୈଠକ ବରଗଡ଼ ସ୍ଥିତ ହୋଟେଲ ଟୁଲି ପ୍ରିମିୟମ ଠାରେ ଶ୍ରୀ ଉଦ୍ଧବ ଚରଣ ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି। 

Ad..


୧୯୮୬ ରୁ ଆରମ୍ଭ ହୋଇଥିବା ଏହି ପଞ୍ଜୀକୃତ ସାମାଜିକ ସେବା ସଂସ୍ଥା  ଓଡ଼ିଶା ଓ ତତ୍କାଳୀନ ମଧ୍ୟ ପ୍ରଦେଶର ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଗ୍ରାମର ସୋସିଓ ଇକୋନୋମିକ ସର୍ଭେ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠା ଯାଉଥିଲ।

    Ad..


କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଦୀର୍ଘ ବର୍ଷ ଧରି ଏହି ସେବା ବନ୍ଦ ଥିଲା ।ଗତ ବର୍ଷଠାରୁ ସଭ୍ୟ ମାନେ ସଂସ୍ଥାକୁ ପୁନର୍ଜୀବିତ କରି ବିଭିନ୍ନ ସେବା କାର୍ଯ୍ୟ କରି ଆସୁଛନ୍ତି ।ଓଡ଼ିଶାର ବିଭିନ୍ନ ବୃଦ୍ଧାଶ୍ରମ,ଅନାଥାଶ୍ରମ ,ମନ୍ଦିର ପରିସରରେ ରହିଥିବା ଭକ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣାରେ ଔଷଧ,ଖାଦ୍ୟ...

ବସ୍ତ୍ର ତଥା ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିବାପାଇଁ ସମସ୍ତ ସଦସ୍ୟ ସହମତ ହୋଇଥିଲେ ,ଏତତ୍ ବ୍ୟତିତ ଗରିବ ଶ୍ରେଣୀର ଲୋକଙ୍କ ଶିକ୍ଷା, ଚିକିତ୍ସା ଓ ସାମାଜିକ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା କରିବାପାଇଁ  ସମସ୍ତେ ଏକମତ ହୋଇଥିଲେ।

ଏହି ବୈଠକରେ ଢେଙ୍କାନାଳର କ୍ଷୀତିଶ ଜେନାମଣି,ବରଗଡ଼ର ଉଦ୍ଧବ ଚରଣ ବେହେରା,ସୂର୍ଯ୍ୟ କୁମାର ବଡ଼ପଣ୍ଡା,ସରୋଜ ସାହୁ,ହିମାଂଶୁ ନାୟକ,ସମ୍ବଲପୁର ର ଡ.ଅଲେଖ ମହାପାତ୍ର,ହୃଷିକେଶ ଷଡ଼ଙ୍ଗୀ,ଗଣେଶ ହଲିତ୍,ଧମାର କାହୁଁ ଚରଣ ଦାସ, ଅତାବିରାର  ପଞ୍ଚା ପାତ୍ର,ସଦାନନ୍ଦ ପଧାନ ଯୋଗଦେଇ ନିଜ ନିଜର ମତ ରଖିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post