ବେଲପଡ଼ା କଲେଜରେ ପୁରାତନ ଛାତ୍ର ସମ୍ମିଳନୀ...

ବେଲପଡ଼ା କଲେଜରେ ପୁରାତନ ଛାତ୍ର ସମ୍ମିଳନୀ...


ବେଲପଡ଼ା,୧୩/୦୪(ତ୍ରିନାଥ ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା ଠାରେ କଲେଜର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତା ରେ ଶନିବାର ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୁମନି ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ମହାବିଦ୍ୟାଳୟର ଶିକ୍ଷଣୀୟ ବାତାବରଣ ସହ ପାରିପାର୍ଶ୍ଵିକ ଉନ୍ନତି ମୂଳକ ଗଠନ ଉପରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା।ପୁରାତନ ଛାତ୍ରଛାତ୍ରୀଙ୍କ ସର୍ବ ସମ୍ମତି କ୍ରମେ ମହାବିଦ୍ୟାଳୟର ଉନ୍ନତି, ଶିକ୍ଷାଦାନ ରେ ଗୁଣବତ୍ତା, ମହାବିଦ୍ୟାଳୟ ପରିସରରେ ଶାନ୍ତି ଶୃଙ୍ଖଳା...
    Ad..

ଅଣ ଛାତ୍ରଙ୍କ ପ୍ରବେଶ ନିଷେଧ ତଥା ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ପୁରୁଣା ଗୁଡ଼ିକର ମରାମତି ଉପରେ ସବିଶେଷ ଆଲୋଚନା ହୋଇଥିଲା। ବର୍ତ୍ତମାନର ମହାବିଦ୍ୟାଳୟ ପରିବେଶ ଦେଖି ପୁରାତନ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ସବୁବେଳେ ଅଧ୍ୟକ୍ଷଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ। 

ଭବିଷ୍ୟତରେ କଲେଜର ସର୍ବବିଧ ଉନ୍ନତି ପାଇଁ ଅକୁଣ୍ଠ ସାହାଯ୍ୟ କରିବାର ନିର୍ଭର ପ୍ରତିଶୃତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅମିୟ କୁମାର ବାବୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।




Report : Trinath Bag

Edited by k.s thakur...

Post a Comment

Previous Post Next Post