ବନ ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା...
ଭୁବନେଶ୍ଵର,୧୩/୦୪(ନି.ପ୍ର) : ବନ ଅଧିକାରୀଙ୍କ ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା। ୨ ଲକ୍ଷ ୩୩ ହଜାର ଟଙ୍କା ସହ ଧରାପଡ଼ିଲେ ଗୁଡ଼ାରୀ ରେଞ୍ଜର। ଗୁଡ଼ାରୀ ରେଞ୍ଜର ସୁକୁମାର ଡୁଖୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍।
Ad..
ସୂଚନା ଯୋଗ୍ୟ; ରେଞ୍ଜର ବନ ଅଧିକାରୀ ସୁକୁମାର ଦୁଖୁ ତାଙ୍କ ଅଫିସ ଗାଡ଼ି (ନମ୍ବର- OD18K-7041 ବୋଲେରୋ)ରେ ଗୁଡାରିରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଭବନକୁ ଫେରୁଥିଲେ।
Ad..
ବନ ଅଧିକାରୀ ଏହି ଟଙ୍କା ବିଷୟରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ।ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କିଏ ଦେଇଛି ସେ ସମ୍ପର୍କରେ ତଥ୍ୟ ଲୁଚାଇଥିଲେ । ଫଳରେ ଭିଜିଲାନ୍ସ ଅଧିକାରୀ ସୁକୁମାର ଦୁଖୁଙ୍କ ଉକ୍ତ ଟଙ୍କା ଏବଂ ଗାଡ଼ିକୁ ଜବତ କରିବା ସହିତ ତାଙ୍କୁ ଅଟକ ରଖିଛି।
Edited by k.s thakur...



