ଲକ୍ଷ୍ମୀ ମଣ୍ଡପ ଗୃହ ନିର୍ମାଣ ଅର୍ଥ ହେରଫେର ମାମଲା : ବିଡ଼ିଓ ଟଙ୍କା ହଡ଼ପ କରିଥିବା ଅଭିଯୋଗ...
ରାଇରଙ୍ଗପୁର,୧୪/୦୪(ନି.ପ୍ର): ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ ବିଡିଓଙ୍କ ବିରୁଦ୍ଧରେ ଆସିଛି ସଂଗୀନ ଅଭିଯୋଗ। ସରକାରୀ ଅନୁଦାନ ଅର୍ଥକୁ ଆତ୍ମସାତ କରିବା ନେଇ ବହଳଦା ବିଡିଓଙ୍କ ସମେତ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।
Ad..
ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ବେଳେ ୬ଷ୍ଠ ଥର ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣୀର ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ।ଅଭିଯୋଗ ଅନୁଯାୟୀ ମହୁଲଦୁମା ଗ୍ରାମରେ ଏକ ଲକ୍ଷ୍ମୀ ପୂଜା ମଣ୍ଡପ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ୭୦ ହଜାର ୭୮୧ ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
Ad..
କିନ୍ତୁ ଅଭିଯୋଗ ଅନୁଯାୟୀ, ଏହି ଅର୍ଥ ପ୍ରକଳ୍ପ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାନଯାଇ ଚଞ୍ଚକତା କରି ହଡ଼ପ କରିନିଆଯାଇଛି।ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିବା ମନୋରଞ୍ଜନ ମହାନ୍ତ ଓ ନାରାୟଣ ମହାନ୍ତିଙ୍କ ଅଭିଯୋଗ ମୁତାବକ ବହଳଦା ବିଡିଓ ଶରତ କୁମାର ମଲ୍ଲିକ, ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେଦ ଏବଂ ଏକ୍ସିସ ବ୍ୟାଙ୍କ (ବହଳଦା ଶାଖା)ର ମ୍ୟାନେଜର ମିଶି ଏହି ଅର୍ଥକୁ ବେଆଇନ ଭାବେ ଉଠାଇ ନେଇଛନ୍ତି।
ଏ ସମ୍ପର୍କରେ ପୂର୍ବରୁ ବହଳଦା ବିଡିଓ ଏବଂ ଉପଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେବଳ ତଦନ୍ତରେ ସୀମିତ ରହିଛ।ସୂଚନାଯୋଗ୍ୟ ଏନେଇ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ଉଚ୍ଚନ୍ୟାୟାଳୟରେ ମାମଲା ବିଚାରଧିନ ରହିଛି।
ଗତକାଲି ରାଇରଙ୍ଗପୁରଠାରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ସେମାନଙ୍କ ଅଭିଯୋଗ ମିଥ୍ୟା ପ୍ରମାଣିତ ହୁଏ, ତେବେ ସେମାନେ ଆଇନଗତ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଦୃଢ଼ତାର ସହ ଉଲ୍ଲେଖ କରିଛନ୍ତି।
ଏହି ମାମଲାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ତେବେ ଏହି ଚଞ୍ଚକତା ଅଭିଯୋଗ କୁ ନେଇ ମୁଖ୍ୟ ବ୍ୟାଙ୍କ ପରିଚାଳକ (ଏଲବିଏମ)ଙ୍କୁ ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସଏ। ବର୍ତ୍ତମାନ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଏହି ସମ୍ବେଦନଶୀଳ ଅଭିଯୋଗ ଉପରେ କି ପ୍ରକାର ପଦକ୍ଷେପ ନେଉଛନ୍ତି।
Edited by k.s thakur...



