କଣ୍ଟାବାଞ୍ଜି କଂଗ୍ରେସ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ...

କଣ୍ଟାବାଞ୍ଜି କଂଗ୍ରେସ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ...


କଣ୍ଟାବାଞ୍ଜି,୧୪/୦୪(ନି.ପ୍ର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଥିବା କଂଗ୍ରେସ କମିଟି ପକ୍ଷରୁ ଆଜି ଟାଟା ପାୱାର ବିଦ୍ୟୁତ  ବିଭାଗର ଏସ୍ଡ଼ିଓ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କଂଗ୍ରେସର ରାଜ୍ୟ ଉପ ସଭାପତି ତଥା କଣ୍ଟାବାଞ୍ଜି ପୂର୍ବ ବିଧାୟକ ସଂନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତା ରେ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ।

Ad.. 


ବିଦ୍ୟୁତ ବିଭାଗ ସାଧାରଣ ଲୋକଙ୍କୁ ହଇରାଣ କରିବା ସହ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ କରାଯାଇ ଥିବା ଦାବି ଭିତରେ  ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସମସ୍ତ ୩ ଗୋଟି ବ୍ଲକ ତୁରେକେଲା, ବଙ୍ଗୋମୁଣ୍ଡା...

     Ad..


ମୁରିବାହାଲ ଏବଂ କଣ୍ଟାବାଞ୍ଜି ଏନ୍.ଏ.ସି. ରେ ବସବାସ କରୁଥିବା ସମସ୍ତ ବିଜୁଳୀ ଉପଭୋକ୍ତାଙ୍କୁ ଟାଟା କମ୍ପାନୀ ଓ ଡବଲ ଇଞ୍ଜିନ ସରକାର ଦ୍ୱାରା ମନମୁଖୀ କାର୍ଯ୍ୟ ବନ୍ଦ କରାଯାଉ, ଟାଟା କମ୍ପାନୀ (TPWODL) ଦ୍ୱାରା ୧ ଜାନୁୟାରୀ ୨୦୨୧ ରୁ କିଣିଥିଲେ ମଧ୍ୟ ଏରିୟର ନାମରେ ବାକିଆ ୧୦ ରୁ ୨୦ ବର୍ଷ ପୁରୁଣା ବିଲ ଜବରଦସ୍ତି ଆଦାୟ ବନ୍ଦ କରାଯାଉ ...

ଟାଟା କମ୍ପାନୀ (TPWODL) ଦ୍ୱାରା ଘରେ ଜବରଦସ୍ତ ପ୍ରବେଶକରି ପଏଣ୍ଟ ଗଣିବା ଏବଂ ଭିଜିଲାନ୍ସ ଦ୍ୱାରା ଜବରଦସ୍ତ ଫାଇନ ଏବଂ ପ୍ରବେଶ କୁ ନିଷେଧ କରାଯାଉ, ରାଜ୍ୟ ସରକାର ନିଜେ ସ୍ମାର୍ଟ ମିଟର କିଣି ଏବଂ ଟାଟା କମ୍ପାନୀ ଦ୍ଵାରା ଉପଭୋକ୍ତା ମାନଙ୍କୁ ଜବରଦସ୍ତି ଲଗାଇବା ବନ୍ଦ କରାଯାଉ, ଓଡିଶା ରାଜ୍ୟ ବିଦ୍ୟୁତ ଉତ୍ପାଦନରେ ବଳକା ଥିଲେ ମଧ୍ୟ ମେଣ୍ଟେନେନ୍ସ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ବନ୍ଦ କରାଯାଉ... 

ରାଜ୍ୟ ସରକାର ନିର୍ବାଚନ ଇସ୍ତାହାରରେ ୩୦୦ ୟୁନିଟ ମାଗଣା (ମାହାଲିଆ) ବିଜୁଳୀ ଦେବାପାଇଁ ଘୋଷଣା କରିଥିଲେ। ଅତିଶିଘ୍ର ସମସ୍ତ ବିଜୁଳୀ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ବିଜୁଳୀ ମାଗଣା ଦିଆଯାଉ ତା ସଙ୍ଗେସଙ୍ଗେ ଚାଷୀ ମାନଙ୍କୁ ମଧ୍ଯ ମାଗଣାରେ ବିଜୁଳୀ ଦିଆଯାଉ। 

ମହାମହିମ ରାଜ୍ୟ ପାଳଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ଦେବା ସମୟ ରେ ଜିଲ୍ଲା କଂଗ୍ରେସ ସଭାପତି ଅନୀଲ ମେହେର,  ଏନଏସି ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା, କୌଶିକ ମେହେର, ନାରାୟଣ ଅଗ୍ରୱାଲ, ଡମ୍ବରୁ ବେହେରା ସହ ନିର୍ବାଚନ ମଣ୍ଡଳୀର ଅନେକ କର୍ମୀ ସାମିଲ ହୋଇଥିଲେ।



Edited by k.s thakur...

Post a Comment

Previous Post Next Post