ଜୀରା କଲୋନୀ ପ୍ରିମି଼ୟର ଲିଗ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ; ଜୀରା କଲୋନୀ ଫାଇଟର ଚାମ୍ପୀୟାନ...
ବରଗଡ଼,୧୩/୦୪(ବିଜୟ କୁମାର ସାହୁ): ପୌର ପରିଷଦ ୱାର୍ଡ ନ ୧ ଜୀରା କଲୋନୀ ଖେଳ ପଡିଆ ରେ ସ୍ଥାନୀୟ ଜୀରା କଲୋନୀ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଦୁଇ ଦିବସୀୟ ଜୀରା କଲୋନୀ ପ୍ରିମୀୟର ଲିଗ୍ ଫ୍ଲଟ୍ ଲାଇଟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।
Ad..
କ୍ଲବ୍ ର ସଭାପତି ଦେବବ୍ରତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ଓ ସୁମିତ ରଥ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରଜକ ସେବା ସମିତି ର ଅଧ୍ୟକ୍ଷ ଅର୍ଜୁନ ସେଟ୍ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଯୁବ ନେତା ଉଦ୍ଧବ ସେଟ୍ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ ।
Ad..
ଏହି ପ୍ରତିଯୋଗିତା ରେ ଗଣ ପତି ଫାଇଟର,ରାମ ସେନା,ରିହାନ ଇଲେଭେନ୍,ଓ ଜୀରା କଲୋନୀ ଫାଇଟର ଚାରୋଟି ଦଳ ଅଂଶ ଗ୍ରହଣ କରିଥିଲେ ।ଫାଇନାଲ ମ୍ୟାଚ ଜୀରା କଲୋନୀ ଫାଇ ଟର ଓ ରାମ ସେନା ଦଳ ମଧ୍ୟରେ ଅନୁଷ୍ଟିତ ହୋଇ ଥିଲା ।
ରାମ ସେନା ନିର୍ଦ୍ଧାରିତ ୮ ଓଭର ରେ ୯୬ ରନ ର ଟାରଗେଟ୍ ଦେଇଥିଲା ।ତେବେ ଜୀରା କଲୋନୀ ଫାଇଟର୍ ୭.୨ ଓଭର ରେ ଲକ୍ଷ୍ୟ ହାସଲ କରି ଚାମ୍ପିଅନ ହୋଇ ଚାମ୍ପିଅନ ଟ୍ରଫି ହାସଲ କରିବା ସହିତ ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସୁଜିତ୍ ମେହେର ରାଜା ବାବୁ ଓ ଅନ୍ୟମାନେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...



