ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ...
ଭୁବନେଶ୍ୱର,୧୪/୦୪(ନି.ପ୍ର): କେବଳ ଜଣେ ପୁରାତନ ଛାତ୍ର ଭାବରେ ନୁହେଁ ବରଂ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ। ଏହା ଥିଲା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଅଭିଭାଷଣ।
Ad..
ଅଭିଭାଷଣ ସମୟରେ କେତେବେଳେ ସେ ହୋଇଯାଉଥିଲେ ଭାବିବିହ୍ଵଳ, ତ କେତେବେଳେ ସେ ଖୁସିରେ ଗଦଗଦ ହୋଇ ଯାଉଥାଆନ୍ତି। ଝୁମ୍ପୁରା ମାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ପାଇ ଆନନ୍ଦିତ ଥିବାବେଳେ ଝୁମ୍ପୁରା ହାଇସ୍କୁଲ ଉଲ୍ଲସିତ ହୋଇ ଉଠିଥିଲା ପାଖରେ ନିଜ ପୁରାତନ ଛାତ୍ର ତଥା ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ପାଇ।
Ad..
ନିଜ ଗୁରୁ ମାନଙ୍କୁ ପାଖରେ ଦେଖି ମୁଖ୍ୟମନ୍ତ୍ରୀ ପାଦଛୁଇଁ ପ୍ରଣାମ କରିବା ସହିତ, ସମସ୍ତ ଶିକ୍ଷକଙ୍କୁ ସମ୍ମାନିତ କରିଥିଲେ ଏବଂ ସହପାଠୀ ମାନଙ୍କୁ ସମ୍ମାନିତ କରିଥିଲେ। ଶିକ୍ଷକମାନେ ମଧ୍ୟ ନିଜ ଆଦରର ଛାତ୍ର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ନେହରେ କୋଳାଗ୍ରତ କରୁଥାନ୍ତି।
ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଛନ୍ତି। ଏହି ଅର୍ଥ ବିଦ୍ୟାଳୟର ବହୁବିଧ ଉନ୍ନତୀକରଣରେ ଖର୍ଚ୍ଚ ହେବ।
୫୦୦ ସିଟର ଅଡିଟୋରିଅମ, ବହୁ ମହଲା ବିଶିଷ୍ଟ ବିଲଡିଂ, ଇଣ୍ଡୋର ଗେମ୍ ଫାସିଲିଟି, ସ୍କୁଲ ପାଚେରୀ, ସାଇକେଲ ଷ୍ଟାଣ୍ଡ ସମେତ ବିଭିନ୍ନ ଆବଶ୍ୟକୀୟ ସୁବିଧା ସମସ୍ତ ନିର୍ମାଣ ପାଇଁ ଏହି ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏବଂ ଆଉ ଅଧିକ ଅର୍ଥର ଆବଶ୍ୟକତା ହେଲେ ମଧ୍ୟ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ପ୍ରଦାନ କରିବେ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଏହା ମଧ୍ଯ କହିଛନ୍ତି ଯେ ଖୁବ ଶୀଘ୍ର କାନୁପୁର ବନ୍ଧ ଦେଇ ଝୁମ୍ପୁରାର ସମସ୍ତ ଚାଷ ଜମି ପାଇବେ ଜଳ। ରାଇକଳା ପଂଚାୟତକୁ ଲିଫ୍ଟ ଇରିଗେସନ ମାଧ୍ୟମରେ ଯିବ ପାଣି। ଖାଲି ଝୁମ୍ପୁରା ଲୋକେ ଇଚ୍ଛା କଲେ ଝୁମ୍ପୁରା ବହୁ ବିକଶିତ ହେବ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ପୁରାତନ ଶିକ୍ଷକ, ସଫଳ ପୁରାତନ ଛାତ୍ର ଓ ବର୍ତ୍ତମାନର ସଫଳ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ର ଅଧ୍ୟକ୍ଷ ଡଃ ଫକୀର ମୋହନ ନାଏକ, ସ୍ୱତନ୍ତ୍ର ଉନ୍ନୟନ କମିଟିର ଅଧକ୍ଷା ମମିତା ନାଏକ...
କେନ୍ଦୁଝର ଗଡ଼ ପୌରପାଳିକାର ଅଧକ୍ଷା ନିକୁ ସାହୁ, ହୀରକ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ଦେବବ୍ରତ ବେହେରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ, ହୀରକ ଜୟନ୍ତୀର ସଭାପତି ଶ୍ରୀକାନ୍ତ ନାଏକ ଓ ମୁଖ୍ୟବକ୍ତା ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...



