ଦିନ ଦ୍ୱିପ୍ରହରରେ ସୋ-ରୁମ୍‌ରୁ ସାଢ଼େ ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟ...

ଦିନ ଦ୍ୱିପ୍ରହରରେ ସୋ-ରୁମ୍‌ରୁ ସାଢ଼େ ୭ ଲକ୍ଷ ଟଙ୍କାର ଶାଢ଼ୀ ଲୁଟ...


ଅନୁଗୁଳ,୧୪/୦୪(ନି.ପ୍ର) : ଦିନ ଦ୍ୱିପ୍ରହରରେ ବୟନିକା ସୋ-ରୁମ୍‌ରୁ ସାଢ଼େ ୭ ଲକ୍ଷ ଟଙ୍କାର ପାଟ ଶାଢ଼ୀ ଲୁଟି ନେବାର ଏକ ଘଟଣା ଘଟିଛି। ଏହାଏ ଘଟଣା ଘଟିଛି ଅନୁଗୁଳ ରେ। ଇନୋଭା କାର୍‌ରେ ଆସିଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ ମଧ୍ୟରେ ୬ ଜଣ ଥିଲେ ମହିଳା।

Ad..


ଅନୁଗୁଳ ଅମଲାପଡ଼ାର ‘ବୟନିକା’ରୁ ଶାଢ଼ୀ ଦେଖିବା ବାହାନାରେ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଲୁଟେରାମାନେ ୨୫ଟି ଦାମୀ ପାଟ ଶାଢ଼ୀ ନେଇ ଯାଇଛନ୍ତି । ଲୁଟେରାଙ୍କ ସମ୍ପର୍କରେ ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଲୁଟେରାମାନେ ଶାଢ଼ୀ ଦେଖିବା ବାହାନାରେ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଶାଢ଼ୀ ଲୁଟି ନେଇ ଯାଇଛନ୍ତି। 

    Ad..


ଷ୍ଟୋରର କର୍ମଚାରୀ ଭଳିକି ଭଳି ଶାଢ଼ି ଦେଖାଉଥିବା ବେଳେ କେତେକ ଧୂର୍ତ୍ତ ମହିଳା ଜଙ୍ଘରେ ଏକାଧିକ ଦାମୀ ଶାଢ଼ିକୁ ଲୁଚାଇ କାର୍ ରେ ଛାଡି ଆସୁଥିଲେ।

ଲୁଟେରାମାନେ ସୋ-ରୁମ୍‌ରେ ପହଞ୍ଚିବା ପରେ କର୍ମଚାରୀଙ୍କ ସହ ସାଧାରଣ ଭାବରେ କଥା ହେଉଥିଲେ। ଲୁଟେରାମାନେ ସୋ-ରୁମ୍‌ରୁ ଲୁଟି ନେଇଯାଇଥିବା ଶାଢ଼ୀଗୁଡିକର ମୋଟ ମୂଲ୍ୟ ସାଢ଼େ ୭ ଲକ୍ଷ ଟଙ୍କା ବୋଲି ସୋ-ରୁମ୍‌ ମାଲିକ କହିଛନ୍ତି।



Edited by k.s thakur...

Post a Comment

Previous Post Next Post