କାଳୀମେଘା ହତ୍ୟାକାଣ୍ଡ ; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ...
କଳିଙ୍ଗନଗର,୧୪/୦୪(ନି.ପ୍ର): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି ପୋଲିସ।
Ad..
ମୃତ ସୋମ୍ୟସାଗରଙ୍କ ପତ୍ନୀ ଶୁଭଶ୍ରୀଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ହତ୍ୟାକାଣ୍ଡରେ ପତ୍ନୀଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଖୁଲାସା କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଯାଜପୁର ଏସ୍ପି।
Ad..
ଗୁଳିକାଣ୍ଡ ଘଟଣାରେ ବ୍ୟବହୃତ ବନ୍ଧୁକକୁ ଯାଜପୁର ପୋଲିସ ଜବତ କରିଛି। ଯାଜପୁର ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀପଠାରୁ ଜବତ ହେଲା ପିସ୍ତଲ।
ପ୍ରକାଶଥାଉକି, ଗତ ୭ ତାରିଖରେ ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟରେ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙକ ମୃତ୍ୟୁ ହୋଇଥିଲା।ଚିକିତ୍ସିତ ଅବସ୍ଥାରେ କଟକରେ ତାଙ୍କର ମୃତ୍ୟୁ ହୋଇଥିଲା। ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଯାଜପୁର ପୋଲିସ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇଛି।
Edited by k.s thakur...



