କୋଟିଆରେ ଶିଶୁ ସାହିତ୍ୟିକଙ୍କ ଦ୍ଵାରା ଓଡିଆ ଶିଶୁ ପତ୍ରିକା ବଣ୍ଟନ...
କଣ୍ଟାବାଞ୍ଜି,୧୪/୦୪(ନି.ପ୍ର): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମାତୃଭୂମି ଓ ମାତୃଭାଷା ପରିବାରର ମିଳିତ ସହଯୋଗରେ ତିନିଦିନ ଧରି ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଏବଂ ସାରସ୍ଵତ ଆସର କୋରାପୁଟ ଜିଲ୍ଲାର କୋଟିଆଠାରେ ଅନୁଷ୍ଠିତ ହୋଇଯାଇଛି।
Ad..
ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ତଥା ଆନ୍ଧ୍ର ସୀମାନ୍ତବର୍ତ୍ତୀ କୋଟିଆରେ ଓଡିଆ ଭାଷାପ୍ରୀତି ଓ ମାତୃଭୂମିକୁ ସମ୍ମାନ ଜଣେଇ ଓଡ଼ିଆ ନବବର୍ଷ ପାଳିତ ହୋଇଥିଲା।ଏହି ଅବସରରେ କଣ୍ଟାବାଞ୍ଜିର ଭାଷା ସାହିତ୍ୟ ସଂସ୍କୃତି ପରିବେଶ ଓ ସେବାପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ନିର୍ଝରିଣୀ ତରଫରୁ...
Ad..
ପିଲାଙ୍କ ମନରେ ପଠନ ପ୍ରବୃତ୍ତି ବୃଦ୍ଧି ଓ ଓଡ଼ିଆ ଭାଷାର ଉନ୍ନତି ସକାଶେ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ପତ୍ରିକା ମମତାର ଡୋରି ଓ ଅନ୍ୟାନ୍ୟ ପତ୍ରିକା ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରଧନୁ ପତ୍ରିକାର ସମ୍ପାଦିକା ସବିତା ଭୋଇ ମଧ୍ୟ ଶିଶୁ ପତ୍ରିକା ବାଣ୍ଟିଥିଲେ।ବଲାଙ୍ଗୀର ଜିଲ୍ଲାର କବି ଗିରିଜା ଶଙ୍କର ରଥ,ମଦନ ମୋହନ ରଥ,ସଂଯୁକ୍ତା ପରିଛା, ରଙ୍କମଣି ବାରିକ,ଡ.ଭବାନୀ ଶଙ୍କର ପଟେଲ,ରାମଚନ୍ଦ୍ର ପଟେଲ,ଗୋପାଳ ପ୍ରଧାନ...
ସୁନାଧର ବନ୍ଛୋର,ଗତିକୃଷ୍ଣ ପାଣ୍ଡିଆ ଆଦି ଯୋଗ ଦେଇ କବିତା ପାଠ କରିବା ସହିତ କୋରାପୁଟର ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଓମାଳି,ତାଲମାଳି,ରାଣୀ ଡୁଡୁମା,ଗୁପ୍ତେଶ୍ୱର,କଣ୍ଟାବାଉଁଶୁଣୀ ଆଦି ପରିଦର୍ଶନ କରିଥିଲେ।
Edited by k.s thakur...



