ଇତିହାସ ବିଭାଗର କ୍ଷେତ୍ର ଅଧ୍ୟୟନ : ଗ୍ରାମୀଣ ସମୁଦାୟ ସହ ସଂଯୋଗ ଓ ସଚେତନତାର ପ୍ରଚାର...

ଇତିହାସ ବିଭାଗର କ୍ଷେତ୍ର ଅଧ୍ୟୟନ : ଗ୍ରାମୀଣ ସମୁଦାୟ ସହ ସଂଯୋଗ ଓ ସଚେତନତାର ପ୍ରଚାର...


ଭବାନୀପାଟଣା,୧୪/୦୪ (ନି.ପ୍ର): ସ୍ନାତକ ମହାବିଦ୍ୟାଳୟ କର୍ଲାପଡାର ଇତିହାସ ବିଭାଗର ଗ୍ରୁପ୍–୧, ଚତୁର୍ଥ ସେମିଷ୍ଟାରର ୧୭ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମୁଦାୟ ସଂଲଗ୍ନତା,କ୍ଷେତ୍ର ଅଧ୍ୟୟନ,ଇଣ୍ଟରଶିପ୍ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଛି।

       Ad..


ଅଧ୍ୟାପିକା ସୁଭଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନ ଓ ବିଭାଗମୁଖ୍ୟ ରଞ୍ଜୀତ ମେହେରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଧବଳେଶ୍ୱର ଶିବ ମନ୍ଦିର ଓ ଅସୁରଗଡ଼ ଭଳି ଐତିହାସିକ ସ୍ଥାନରେ କ୍ଷେତ୍ର ଅଧ୍ୟୟନ କରିଥିଲେ।

    Ad..


ବିଶେଷ କରି ଅସୁରଗଡ଼ ସ୍ଥଳୀରେ ପର୍ଯ୍ୟବେକ୍ଷଣ ସମୟରେ ଛାତ୍ରଛାତ୍ରୀମାନେ ଦେଖିଥିଲେ ଯେ ବର୍ତ୍ତମାନ ସେଠାରେ ସ୍ପଷ୍ଟ ପୁରାତତ୍ତ୍ୱ ଅବଶେଷ କିମ୍ବା ଦୃଶ୍ୟମାନ ପ୍ରମାଣ ଅତ୍ୟନ୍ତ ସୀମିତ ଅବସ୍ଥାରେ ରହିଛି। ଏହା ଐତିହାସିକ ସ୍ଥଳୀଗୁଡିକର ସଂରକ୍ଷଣ ଓ ସୁରକ୍ଷା ପ୍ରତି ଆହୁରି ଗୁରୁତ୍ୱ ଦେବାକୁ ସୂଚିତ କରୁଛି।

ଏହି ଅବସରରେ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ତାଙ୍କର ଜୀବନ ଶୈଳୀ, ପାରମ୍ପରିକ ପ୍ରଥା ଓ ସାମାଜିକ ବ୍ୟବସ୍ଥା ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଗ୍ରାମୀଣ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ସଚେତନତା ବିକାଶ ପାଇଁ ସେମାନେ ଜନଜାଗରଣ କାର୍ୟକ୍ରମ ମଧ୍ୟ ଆୟୋଜନ କରିଥିଲେ।

ସେମାନେ ଗ୍ରାମବାସୀଙ୍କ ଆର୍ଥିକ ଜୀବିକା ଯଥା କୃଷି, ଦୈନିକ ଶ୍ରମ, ଛୋଟ ଉଦ୍ୟମ ଓ ଜଙ୍ଗଲ ଉପଜ ଉପରେ ନିର୍ଭରଶୀଳତା ବିଷୟରେ ଅଧ୍ୟୟନ କରିଥିଲେ। ଏହା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିର ଅବସ୍ଥା ଓ ସମସ୍ୟାଗୁଡିକୁ ନିକଟରୁ ବୁଝିବାର ସୁଯୋଗ ମିଳିଥିଲା।

ଏଥିରେ ଚୁଳଦେବ ନାଏକ, ଜ୍ୟୋତି ପ୍ରକାଶ ବାଗ, ରାଜେଶ ରଣା, ପ୍ରକାଶ ରଣା, ଗୋକୁଳ ଛତ୍ରିଆ, ଦୁର୍ଯ୍ୟୋଧନ ରଣା, ମକରନ୍ଦ ମାଝୀ, ଦିଲେଶ୍ୱର ମାଝୀ, ପୁଷ୍ପେନ୍ଦ୍ର ପ୍ରଧାନ, କୁମର ପୋଢ, ଉତ୍ତମ ଗୌଡ, କୋମଳ କର, ତପସ୍ୱିନୀ ନାଏକ, ମନିଷା ବାରିକ, ପୂଜା ସାହୁ, ମେନକା ମାଝୀ ଓ ଲିଜା ଭୋଇ ପ୍ରମୁଖ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି କ୍ଷେତ୍ର ଅଧ୍ୟୟନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଜ ପ୍ରତି ଦାୟିତ୍ୱବୋଧ ବଢ଼ାଇବା ସହ ପ୍ରାୟୋଗିକ ଜ୍ଞାନ ଓ ଗବେଷଣାମୂଳକ ଦୃଷ୍ଟିକୋଣକୁ ଶକ୍ତିଶାଳୀ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି।



Edited by k.s thakur...

Post a Comment

Previous Post Next Post