ଆରମ୍ଭ ହେଲା ଆନିମିଆ ମୁକ୍ତ ମୟୂରଭଞ୍ଜ ଅଭିଯାନ...
ବାରିପଦା,୧୪/୦୪(ନି.ପ୍ର) : ମୟୂରଭଞ୍ଜ ଜିଲାରେ ମହିଳା ଓ ଶିଶୁମାନଙ୍କ ଠାରେ ଦେଖାଯାଉଥିଲା ବ୍ୟାପକ ଆନିମିଆ ବା ରକ୍ତହୀନତା ରୋକିବାରେ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ଆଜି ଖିମଜୀ ଦୟାଭାଇ କୋ ଗ୍ରୁପ୍ ବାରିପଦା ସହିଦ୍ ସ୍ମୃତି ଭବନରେ ଆନିମିଆ ମୁକ୍ତ ମୟୂରଭଞ୍ଜ ଅଭିଯାନ ଆରମ୍ଭ କରିଛି।
Ad..
ଉଚିତ ସମୟରେ ଯାଞ୍ଚ ଓ ନିବାରଣ ଅଭ୍ୟାସ ସମ୍ବନ୍ଧଷଅର ସଚେତନତା ସୃଷ୍ଟିକରି ଆନିମିଆକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହି ଅଭିଯାନ ହେଉଛି ଏକ ଜିଲାସ୍ତରୀୟ ସୁରକ୍ଷା ପଦକ୍ଷେପ।
Ad..
ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ଜିଲାର ଅତିରିକ୍ତ ଜିଲାପାଳ ଦୁଖବନ୍ଧୁ ନାୟକ , ସମ୍ମାନୀୟ ଅତିଥି ଭାବେ ଜିଲ୍ଳା ମୁଖ୍ୟ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ କିଶୋଇ କୁମାର ଆଶ୍ଚାର୍ଯ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଲୋକାପର୍ଣ କରିଥିଲେ। ଜିଲା ଶିଶୁଅଧିକାରୀ ମମତାମୟୀ ବିଶ୍ଵାଳ ।
ସାମାଜିକ କଲ୍ୟାଣ ଅଧିକାରୀ ନିହାରିକା ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳତା ଦିଗରେ ମାର୍ଗଦର୍ଶକ ଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଅତିରିକ୍ତ ଜିଲାପାଳ ଦୁଖବନ୍ଧୁ ନାୟକ କହିଥିଲେ, ଆମାନିଆ ଏକ ଗୁରୁତର ସମସ୍ୟା ରୂପେ ରହିଛି।
ଏହା ଅଧିକ ପ୍ରଭାବିତ ଜିଲାମାନଙ୍କ ମଧ୍ୟରୁ ଅନ୍ୟତମ ଯାହା ଅତ୍ୟନ୍ତ ଚିନ୍ତାଜନକ। କମ୍ପାନୀର ସିଇଓ ନିଶ୍ଚିତ ନନ୍ଦା କହିଥିଲେ ଅନେକ ଦଶନ୍ଧିଧରି ମୟୂରଭଞ୍ଜ ଆମକୁ ଅତ୍ୟନ୍ତ ଭରସା ଓ ସହଯୋଗ ଦେଇଆସିଛି। ଏବେ ଫେରେଇବାର ସମୟ ଆସିଛି।
ଜିଲ୍ଳା ମୁଖ୍ୟ ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ କିଶୋଇ କୁମାର ଆଶ୍ଚାର୍ଯ୍ୟ କହିଥିଲେ, ଖିମଜି ଦୟା ଭାଇ କୋ ଗ୍ରୁପ୍ ବାରିପଦାରେ ଏକ ବିଶ୍ଵସନୀୟ ନାମ ଭାବେ ପରିଚିତ ଏବଂ ଅନେକ ବର୍ଷ ଧରି ଏହି ସଂସ୍ଥାକୁ ଜାଣିଛି। ବ୍ୟବସାୟ ସୀମାରୁ ବାହାରକୁ ଯାଇ ଆନିମିଆ ସଚେତନତା ପରି ଗୁରୁତ୍ଵପୂର୍ଣ୍ଣ କାରଣରେ ସହଯୋଗ ଦେଖି ଖୁସି ଲାଗେ।
Edited by k.s thakur...



