ମାକ୍ରୀପଡ଼ା ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଚବିଶପ୍ରହରୀ ନାମଯଜ୍ଞ ଅନୁଷ୍ଠିତ...
ମୁରିବାହାଲ,୧୭/୦୪(ଶଙ୍କର ମାଝୀ ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରୀପଡ଼ା ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ରବିବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
Ad..
ରବିବାର କଳସଯାତ୍ରା ଓ ଅଧିବାସ, ସୋମବାର, ମଙ୍ଗଳବାର ଓ ବୁଧବାର ନାମଯଜ୍ଞ ତଥା ଗରୁବାର ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ସହ ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଥିଲା।
Ad..
ଏହି ନାମଯଜ୍ଞରେ କର୍ତ୍ତା ରୂପେ ଶ୍ରୀଯୁକ୍ତ ସତ୍ୟ ନାଗ ଓ ତାଙ୍କ ସତ୍ୟଭାମା ନାଗ, ପୂଜକ ରୂପେ କଳକାହ୍ନୁ ମିଶ୍ର, ଷଡ଼ ବୈଷ୍ଣବ ରୂପେ ଥବିର ଜଗ୍ନିଆ , ବୁଜରାଜ୍ ଭୋଇ, ଚନ ରତେଇ, ରବୀନ୍ଦ୍ର ରଣା ଓ ରାଇଚନ୍ ଜୁଗ୍ନିଆ ନିର୍ବାହ କରିଥିଲେ। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ବଛା ବଛା ସଙ୍କୀର୍ତ୍ତନ୍ୟ ଦଳ ହରିନାମ ପରିବେଷଣ କରିଥିଲେ।
Ad..
ଏଥିରେ ହଜାର ହଜାର ସଂଖ୍ୟକ ରଧାକୃଷ୍ଣ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଉକ୍ତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର ଓ ଆହାର ନିମନ୍ତେ ଆନନ୍ଦ ବଜାର ର ଆୟୋଜନ କରି ସମସ୍ତଙ୍କର ସମ୍ମାନ ସହିତ ସେବା କରାଯାଇଥିଲା ଉକ୍ତ କାର୍ଯକ୍ରମ କୁ ଲୁଲାରାମ କ୍ଲିକ୍ ଓ ଭିଡିଓ ଗ୍ରାଫି ଦ୍ୱାରା ଫଟୋ ଓ ଭିଡ଼ିଓ ରେକର୍ଡ କରାଯାଇଥିଲା।
ଆୟୋଜକ କମିଟି ସଦାନନ୍ଦ ବନଛୋର,ସନ୍ତ ଛତର,ସାଧୁ ଛତର, କୈଳାଶ ରଣା, ଦୁଷ୍ମନ୍ତ ନାଗ, କେଶର ରଣା,ସିମାନ ଗୌଡ଼, ସମ୍ଭୁ ବଗର୍ତ୍ତି,ବିଘ୍ନ ଭୋଇ,ଡମ୍ବରୁ ଭୋଇ, ଉଦ୍ଧବ ଭୋଇ, ପଦ ରଣା, ଡିଙ୍ଗର ଛତର, ମୁନିରାମ ରଣା, ସହ ଭଦେବ ଭୋଇ, ଚୌଧରୀ ଛତର...
ଶେଖର ରଣା, ପାରେଶ୍ୱର୍ ଛତର, ରବି ନାଗ, ଅଜିତ୍ ନାଗ, ଜବନ୍ତ ନାଗ, ଘୁଂସା ଛତର, ଓ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ପବିତ୍ର ଅଖଣ୍ଡ ନାମଯଜ୍ଞରେ ଉପସ୍ଥିତ ହୋଇ ପ୍ରଭୁଙ୍କ ରସାମୃତ ପାନ କରିବାକୁ ପ୍ରବଳ ଜନ ସମୁଦ୍ର ପାଲଟି ପୁରା ଅଞ୍ଚଳ ରାମରାଜ୍ୟର ରୂପ ନେଇଥିଲା।
Report : shankar majhi
Edited by k.s thakur...




