ଜଳଛତ୍ର ଟଙ୍କା ଖାଇଗଲେ ସରପଞ୍ଚଙ୍କ ସ୍ବାମୀ, ସ୍ତ୍ରୀର କ୍ଷମତାକୁ ଅପବ୍ୟବହାର କରୁଥିବା ଅଭିଯୋଗ !

ଜଳଛତ୍ର ଟଙ୍କା ଖାଇଗଲେ ସରପଞ୍ଚଙ୍କ ସ୍ବାମୀ, ସ୍ତ୍ରୀର କ୍ଷମତାକୁ ଅପବ୍ୟବହାର କରୁଥିବା ଅଭିଯୋଗ !


ମୁରିବାହାଲ,୧୭/୦୪(ଶଙ୍କର ମାଝୀ ) : ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଖରା ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୁଷ୍ଟିରେ ରଖି ସରକାରଙ୍କ ତରଫରୁ ରାସ୍ତା ଛକ କିମ୍ବା ବଜାର ପାଖରେ ପାଣି ଛତ୍ର ଖୋଲି ପଥିକ ମାନଙ୍କୁ ମଜୁରିଆଙ୍କ ଦ୍ୱାରା ପାନୀୟ ଜଳ ଯୋଗାଇ ଦିଆଯାଇଥାଏ। 

        Ad..


ଏହି ପାଣି ଛତରେ ପାଣି ଦେଇଥିବା ମଜୁରିଆ ମାନଙ୍କ ପାରିଶ୍ରମିକ ଟଙ୍କା କୁ ଅନ୍ୟ କେହି ନୁହେଁ ଖୋଦ୍ ସରପଞ୍ଚ ନିଜେ ଖାଇଯାଇଥିବା ଭଲି ଘଟଣା ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପଡା ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଲିଛି ଅଭିଯୋଗ ମୁତାବକ ଏହି ପଞ୍ଚାୟତ ଆର୍ଥିକ ବର୍ଷ ୨୦୨୫-୨୬ରେ ଇଛାପଡା ଛକ...

      Ad..


କତରଲଗା ସାପ୍ତାହିକ ବଜାର,ଭଣ୍ଡାର ବାନ୍ଧି,ଅନ୍ତର୍ଳା ଛକ,ଓ ସର୍ଗୁଳ ବୟାଉଦର ଛକ,ଏହି ଚାରିଗୋଟି ସ୍ଥାନରେ ଖରାଦିନିଆ ଜଳଛତ୍ର ଖୋଲାଯାଇଥିଲା।ଉକ୍ତ ସ୍ଥାନ ମାନଙ୍କରେ ତା୦୧/୦୪/୨୦୨୫ରୁ୧୫/୦୬/୨୦୨୬ରିଖ ପର୍ଯ୍ୟନ୍ତ ଜଳଛତ୍ର ରେ ପାଣି ଦେବା ବାବଦକୁ ଜଣେ ମଜୁରିଆ ଙ୍କୁ ପ୍ରତି ଦିନ ୩୫୨ଟଙ୍କା ହିସାବରେ ୭୬ଦିନକୁ ମୋଟ ୨୬୭୫୨(ଛବିଶ ହଜାର ସାତଶହ ବାଉବନ) ଟଙ୍କା ଦେଉଥିବା ସରକାର ଦସ୍ତାବିଜ ରେ ଦର୍ଶାଯାଇଛି।

         Ad..


ହେଲେ ସବୁଠାରୁ ଦୁଃଖର ବିଷୟ ଏହାଯେ ଇଛାପଡା ସରପଞ୍ଚ ସୁବାସିନୀ ବେହେରା ଙ୍କ ସ୍ବାମୀ ଚିନ୍ତାମଣି ବେହେରା ନିଜେ ସ୍ତ୍ରୀ ଙ୍କ କ୍ଷମତା କୁ ଅପବ୍ୟବହାର କରି ଜଣକୁ ୨୦ ହଜାର ଟଙ୍କା ଲେଖାଏଁ ଦେଇ ବାକି ତଲ ଟଙ୍କା ଖାଇ ଯାଇଥିବା ଭଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଖୋଦ୍ ଜଳଛତ୍ରରେ ପାଣି ଦେଇଥିବା ମଜୁରିଆ ମାନେ ଏବିଷୟରେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଚିହିଁକି ଉଠିଥିଲେ ସରପଞ୍ଚ ଙ୍କ ସ୍ବାମୀ ଚିନ୍ତାମଣି ବେହେରା।

ଜଣକୁ ୨୦ହଜାର ଟଙ୍କା ଦେଇଥିବା ସ୍ବିକାର କରିବା ସହ ଏ ବାବଦରେ ଅନ୍ୟ ପଞ୍ଚାୟତ ମାନେ ତାଙ୍କ ଠାରୁ ଆହୁରି କମ ଟଙ୍କା ଦେଇଥିବା କହି ଅନ୍ୟ ପଞ୍ଚାୟତ ଗୁଡିକୁ ମଧ୍ୟ ସେ ଇଙ୍ଗିତ କରିବା ପଛାଇ ନାହାନ୍ତି।

ନିରିହ ଗରିବ ମଜୁରିଆ ଙ୍କ ପାରିଶ୍ରମିକ ଟଙ୍କା ଖାଇଥିବା ଇଛାପଡା ସରପଞ୍ଚ ଙ୍କ ଦୁର୍ନୀତି ଗ୍ରସ୍ତ ସ୍ବାମୀ ଚିନ୍ତାମଣି ବେହେରା ଙ୍କ ବିରୁଦ୍ଧ ରେ ପ୍ରଶାସନ କିଭଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଜଳଛତ୍ର ରେ ପାଣି ଦେଇଥିବା ମଜୁରିଆ ଙ୍କ ବକେୟା ପାରିଶ୍ରମିକ କେବେ ପ୍ରଦାନ କରିବ ଦେଖିବାକୁ ବାକି ରହିଲା।



Report : shankar majhi

Edited by k.s thakur...

Post a Comment

Previous Post Next Post