ହତ୍ୟା ମାମଲାରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ; ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ...
କଣ୍ଟାବାଞ୍ଜି, ୧୭/୦୪(ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜେଶ କୁମାର ନାୟାର ଏକ ହତ୍ୟାକାଣ୍ଡ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ଜରିମାନାରେ ଦଣ୍ଡିତ କରିଛନ୍ତି।
Ad..
ଜରିମାନା ନ ଦେଲେ ଅତିରିକ୍ତ ଆଉ ଗୋଟିଏ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ କରିଛନ୍ତି।ପ୍ରକାଶ ଥାଉ କି, ୨୦୧୭ ମାର୍ଚ୍ଚ ୧୩ ସନ୍ଧ୍ୟା ସମୟରେ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁଲିଆଦର ଗ୍ରାମର ଦୁଲମଣି ବନଛୋର ଏକ ଲିଖିତ ଅଭିଯୋଗ କରିଥିଲେ।
Ad..
ଅଭିଯୋଗରେ ସେହି ଗାଁର ଗୋବିନ୍ଦ ନାୟକ ଓ ଅନ୍ୟ ୪ଜଣ ଦୁଲମଣି ବନଛୋରଙ୍କ ଭାଇ ଶଶି ବନଛୋରଙ୍କୁ ଘରୁ ଡାକି ନେଇ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଯଦ୍ ଦ୍ଵାରା ଶଶି ବନଛୋରଙ୍କ ମୃତ୍ୟୁ ଘଟିଥିଲା।
ପୂର୍ବତନ ଥାନା ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଥିଲେ। ଏହି ମାମଲାରେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ଅଭିଯୁକ୍ତ ଅଲେଖ ତାଣ୍ଡି, ଗୋବିନ୍ଦ ନାୟକ, ଲାଲମୋହନ ତାଣ୍ଡି, ଜଗ ତାଣ୍ଡି, ବିଟୁ ସଗରିଆ ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସେହିପରି ଜଣ ପିଛା ୨୫ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଥିବା ବେଳେ ଜରିମାନା ନ ଦେଲେ ଅତିରିକ୍ତ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀ ନାୟର ନିଜ ରାୟରେ ପ୍ରକାଶ କରିଛନ୍ତି।
Edited by k.s thakur...



