ବରଗଡ଼ ଜିଲ୍ଲା ସର୍ବୋଦୟ ମଣ୍ଡଳ କାର୍ଯକାରୀ କମିଟି ପୁନର୍ଗଠିତ...

ବରଗଡ଼ ଜିଲ୍ଲା ସର୍ବୋଦୟ ମଣ୍ଡଳ କାର୍ଯକାରୀ କମିଟି ପୁନର୍ଗଠିତ...


ବରଗଡ଼,୨୮/୦୪(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ଗ୍ରାମ ପାଣିମୋରା ଗାନ୍ଧୀ ପୀଠରେ ବରିଷ୍ଠ ସର୍ବୋଦୟ କର୍ମୀ ଶ୍ରୀ ମୁକ୍ତେଶ୍ଵର ପଧାନ ଙ୍କ ଅଧ୍ୟକ୍ଷତାରେ ବରଗଡ଼ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । 

Ad..


ଏଥିରେ ନୂତନ କମିଟି ଗଠନ କରାଯାଇ   ଆଗାମୀ ବର୍ଷ ପାଇଁ ସଭାପତି ଭାବେ ଅଧ୍ୟାପକ ଶ୍ରୀ ଟେକ୍ ଚାନ୍ଦ ଦୁଆନ, ଉପସଭାପତି ଶ୍ରୀ ଶୁଶାନ୍ତ ପାଢ଼ୀ, ସଂପାଦକ ଶ୍ରୀ ସତ୍ୟାନନ୍ଦ ପଧାନ,ସହ ସଂପାଦକ ଶ୍ରୀ ଟେକ୍ ଚାନ୍ଦ ପଧାନ...

    Ad..


କୋଷାଧ୍ୟକ୍ଷ ଶ୍ରୀ ଗୌତମ ପଧାନ ଦାୟିତ୍ଵ ଗ୍ରହଣ କରିଥିବା ବେଳେ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ମୁକ୍ତେଶ୍ଵର ପଧାନ୍, ଶ୍ରୀ ଚୂଡ଼ାମଣି ସାହୁ, ଅନନ୍ତ ପ୍ରଧାନ, ଶ୍ରୀ ରୁକ୍ମଣ ମହାପାତ୍ର, ଶ୍ରୀମତୀ ଅରୁଣା ପରଡିଆ ଆଦି ରହିଛନ୍ତି । 

Ad..


ଏ‌ହା ପୁର୍ବରୁ ଦିଗମ୍ବତ ସଭାପତି ଶିଶିର କୁମାର ସାହୁଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।ଆଗାମୀ ବର୍ଷ ରେ ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରାଯିବ ବୋଲି ସଂପାଦକ ଶ୍ରୀ ସତ୍ୟାନନ୍ଦ ପଧାନ ପ୍ରକାଶ କରି ଧନ୍ୟବାଦ ଅର୍ପଣ କରିଥିଲେ।

Ad..





Edited by k.s thakur...

Post a Comment

Previous Post Next Post