କେନାଲ ପାଣି ଯୋଗାଣ ଅବ୍ୟାହତ ରହିବ : ଅଶ୍ଵିନୀ ଷଡ଼ଙ୍ଗୀ...

କେନାଲ ପାଣି ଯୋଗାଣ ଅବ୍ୟାହତ ରହିବ : ଅଶ୍ଵିନୀ ଷଡ଼ଙ୍ଗୀ...
ବରଗଡ,୨୮/୦୪ (ବିଜୟ କୁମାର ସାହୁ) : ହୀରାକୁଦ କେନାଲ  ଚାଷ ପାଇଁ ପାଣି ଯୋଗାଣ ଅବ୍ୟାହତ ରଖିବାକୁ ଭାରତୀୟ କିସାନ ସଂଘର ଏକ ବରିଷ୍ଠ ପ୍ରତିନିଧି ଦଳ  ମାନ୍ୟବର ଜଳ ସମ୍ପଦ ବିଭାଗ ଅଧକ୍ଷ ଶ୍ରୀଯୁକ୍ତ ଅଶ୍ୱିନୀ ଷଢଙ୍ଗୀ ଙ୍କୁ ଭେଟି...
Ad..
ତାଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା  ପରେ ଚଳିତ ବର୍ଷ ଅସମୟ ବର୍ଷା, କରକାପାତ ଓ ପାଗ ପରିବର୍ତନ ଯୋଗୁଁ ଧାନ ଫସଲ ପାଚିବାରେ ୮-୧୦ ଦିନ ବିଳମ୍ବ ହୋଇଛି ବୋଲି ଅବଗତ କରାଇ ବର୍ତମାନ ଫସଲରେ ଦାନା ପୁଷ୍ଟ ହେବା ପାଇଁ ଅତି କମ୍ ରେ ଆଉ ୧୦ ଦିନ ପାଣିର ଆବଶ୍ୟକତା ରହିଛି ବୋଲି... 
    Ad..

ମାନ୍ୟବର ଷଢଙ୍ଗୀ ଙ୍କୁ ଅବଗତ କଲାପରେ ଚାଷୀ ସମସ୍ୟା କୁ ଆଖି ଆଗରେ ରଖି ପାଣି ଅଭାବରୁ ଫସଲ ଶୁଖିଯାଇ ଚାଷୀମାନେ ଭୟଙ୍କର କ୍ଷତିଗ୍ରସ୍ତ ହେବେ ଓ ଋଣଗ୍ରସ୍ତ ହେବାର ସମ୍ଭlବନା କୁ ଉପଲବ୍ଧି କରି  ହୀରାକୁଦ କମାଣ୍ଡ ଏରିଆରେ କେନାଲ ଜଳସେଚନକୁ ତା ୧୦.୦୫.୨୦୨୬ ପର୍ଯ୍ୟନ୍ତ ଅର୍ଥାତ୍ ଆଉ ୧୦ ଦିନ ବୃଦ୍ଧି କରିବା ପାଇଁ ସମ୍ପୃକ୍ତ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇ ଥିଲେ।
    Ad..
ମାନ୍ୟବର ଅଧକ୍ଷ ଙ୍କ  ଏତାଦୃଶ ଏହି ମହତ ପଦକ୍ଷେପ ହଜାର ହଜାର ଚାଷୀ ପରିବାରକୁ ଆର୍ଥିକ ବିପର୍ଯ୍ୟରୁ ରକ୍ଷା କରିବ ଏବଂ ଖାଦ୍ୟ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ବୋଲି ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ପ୍ରକାଶ କରିଛନ୍ତି। 
Ad..


ପ୍ରତିନିଧି ଦଳରେ ରାଜ୍ୟ ମହିଳା ପ୍ରମୁଖ ଶ୍ରୀମତୀ ସଂଘମିତ୍ରା ପଟେଲ, ଜିଲ୍ଲା ସମ୍ପାଦଜ ଶ୍ରୀ ଚୈତନ୍ୟ କର୍ଣ୍ଣ,ଜଳ ଆୟାମ ପ୍ରମୁଖ ଶ୍ରୀ ଅନିଲ ବିଶ୍ୱାଳ, ଶ୍ରୀ ଭୁପାଳ ବିଶି ଙ୍କ ସହ ରାଷ୍ଟ୍ରୀୟ ସଦସ୍ୟ ଶ୍ରୀ କେଦାର ମିଶ୍ର ଆଲୋଚନା ରେ ଭାଗ ନେଇ ଥିଲେ। 




Edited by k.s thakur...

Post a Comment

Previous Post Next Post