ପୂର୍ଣ୍ଣାହୁତି ସହ ସମାପନା ହେଲା ଚଟୁଅନକା ଗାଁର ଷୋହଳ ପ୍ରହର ନାମଯଜ୍ଞ...

ପୂର୍ଣ୍ଣାହୁତି ସହ ସମାପନା ହେଲା ଚଟୁଅନକା ଗାଁର ଷୋହଳ ପ୍ରହର ନାମଯଜ୍ଞ...


କଣ୍ଟାବାଞ୍ଜି,୧୯/୦୩ :ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗାଁରେ ଚାଲିଥିବା ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଗୁରୁବାର ସକାଳୁ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି।ଗତ ମାର୍ଚ୍ଚ ୧୬ ସୋମବାର ଅଧିବାସ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିଲା ଷୋହଳ ପ୍ରହର ନାମଯଜ୍ଞ।

Ad..


ଏହା ବୁଧବାର ଦିବାରାତ୍ର ଚାଲିବା ପରେ ଗୁରୁବାର ପୂର୍ଣ୍ଣାହୁତି ସହ ସମାପନ ହୋଇଛି। ଚଟୁଅନକା ନାମଯଜ୍ଞ କମିଟିର ସଭାପତି ଶଶୀଚ଼ନ୍ଦ୍ର ବଏ, ଉପସଭାପତି ସହଦେଵ ପନିକା, ଯୁଗ୍ମ ସଭାପତି ରାମଚନ୍ଦ୍ର ପାଳ, ସାଧାରଣ ସମ୍ପାଦକ ମୁରାରୀଲାଲ ପନିକା...

   Ad..


ଯୁଗ୍ମ ସମ୍ପାଦକ ପ୍ରତାପ କିଶୋର ବଏ, କୋଷାଧ୍ୟକ୍ଷ ବଜରଙ୍ଗ ବଏ, ଉପ କୋଷାଧ୍ୟକ୍ଷ ପ୍ରସନ କୁମାର ମହାନନ୍ଦ, ଯୁଗ୍ମ କୋଷାଧ୍ୟକ୍ଷ ଗଜାନନ ବଏ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତି ଶୃଙ୍ଖଳାର ସହ ଚାଲିଥିଲା ନାମଯଜ୍ଞ। 

ସହ ପରିଚାଳନା କମିଟି ସଦସ୍ୟ ହେଲେ ଦେବାନନ୍ଦ ବଏ, ପିତବାସ ମହାନନ୍ଦ, ମହେନ୍ଦ୍ର ବଏ, ନନ୍ଦ କିଶୋର ଆପ୍ପା, ମଦନ ପନିକା, ଗୋକୁଳ ସୁନା, ଉପେନ୍ଦ୍ର ତାଣ୍ଡି, ଆଶିଷ ମହାନନ୍ଦ, ଲକ୍ଷ୍ମୀକାନ୍ତ ଆପ୍ପା, କଣ୍ଠ ବଏ, ନିରାକାର ସୁନା, ଶଙ୍କର ମହାନନ୍ଦ, ପୁରୁଷୋତ୍ତମ ମହାନନ୍ଦ, ଗୋପୀ ବଏ, ତପନ ବଏ, ରୁଷି କୁମ୍ଭାର, ଗଜାନନ ଟାକ୍ରୀ, କଳିନ୍ଦ୍ର ତାଣ୍ଡି ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

ବିକି ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ସ୍ନେହା ପାଣିଗ୍ରାହୀ, ମାଧ ବଏ ଓ ତାଙ୍କ ଧର୍ମପତ୍ନୀ ଲୁଚ଼ନା ବଏ, ଦେବ ଛୁରା ଓ ତାଙ୍କ ଧର୍ମପତ୍ନୀ ପୂର୍ଣମୀ ଛୁରା କର୍ତ୍ତା ଥିବାବେଳେ ପୂଜକ ଭାବେ ଦଣ୍ଡପାଣି ହୋତା ଓ ସତ୍ୟନାରାୟଣ ମହାପାତ୍ର, ଜପକ ଭାବରେ ଶୀତୁ ମିଶ୍ର ଓ ପାଚକ ଭାବେ ପ୍ରମୋଦ ରଞ୍ଜନ ବଏ ଦାୟିତ୍ୱ ନିର୍ବାହ କରିଥିଲେ।

ସମସ୍ତ ଭକ୍ତ ମାନଙ୍କ ପାଇଁ ୨୪ ଘଣ୍ଟିଆ ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା। ଉକ୍ତ ନାମଯଜ୍ଞରେ ୧୦ ଗୋଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। 

ଭଣ୍ଡାର ଘର ଦାୟିତ୍ଵ ସୁରେଶ ତାଣ୍ଡି, ଅରୁଣ ଜାଲ, ଗଲେଖ ସୁନା, ଗୋପୀନାଥ ବଏ।କୃଷ୍ଣ ଭକ୍ତି ଭାବାବେଗରେ ଭକ୍ତଙ୍କ ପବିତ୍ରମିଳନରେ ଭବ୍ୟ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମିନାବଜାରର ମଧ୍ୟ ଦର୍ଶକ ଭରପୁର ମଜା ନେଇଥିଲେ।



Edited by k.s thakur...

Post a Comment

Previous Post Next Post