ଶ୍ରୀ ରାମ ନବମୀ ମହୋତ୍ସବ କମିଟି ପକ୍ଷରୁ ୯ କୁଣ୍ଡିୟ ଜନ ଜାଗରଣ ମହାଯଜ୍ଞ ପାଇଁ କଳସ ଯାତ୍ରାର ଆୟୋଜନ...
କଣ୍ଟାବାଞ୍ଜି,୧୯/୦୩(ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ଧୂମଧାମ ରେ ପାଳିତ ହେବାକୁ ଯାଉଛି ଶ୍ରୀ ରାମ ନବମୀ ମହୋତ୍ସବ । ତେବେ ଏହି ଅବସରରେ ସ୍ଥାନୀ ଶ୍ରୀ ରାମ ମନ୍ଦିର ପରିସରରେ ୯ କୁଣ୍ଡିୟ ଜନ ଜାଗରଣ ମହା ଯଜ୍ଞର ଆୟୋଜନ କରାଯାଇଛି।
Ad..
ଅନେକ ଦମ୍ପତ୍ତି ଏଥିରେ ଯୋଗ ମଧ୍ୟ ଦେବେ। ଏଥିପାଇଁ ଆଜି ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ହେମାଳ ଭବନ ସମ୍ମୁଖରୁ ଏକ ବିଶାଳ କଳସ ଯାତ୍ରା ବାହାରି ଶ୍ରୀ ରାମ ମନ୍ଦିର କୁ ପହଁଚି ଥିଲେ। ପରେ ସମସ୍ତ ଙ୍କୁ କଳସ ରଖି ପୂଜାର୍ଚ୍ଚନା କରାଯାଇଥିଲା।
Ad..
ଆଜିର ଏହି କଳସ ଯାତ୍ରା ରେ ଶ୍ରୀରାମ ନବମୀ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ସଭାପତି ରାଜୁ ଶର୍ମା, ସମ୍ପାଦକ ବେଦବ୍ୟାସ ନାଗ, ପ୍ରଦୀପ ଖଣ୍ଡେଲବାଳ, ଚିନ୍ମୟ ଯୋଶୀ, ପ୍ରଦୀପ ବାଗ, ନିଶି କାନ୍ତ ମହାପାତ୍ର...
ରାଜୁ ପୁଟେଲ, ଦେବରକ ଯାଦବ, କମଳ କିଶୋର ବେହେରା, ଗଣେଶ ସୋନି, ବଜରଙ୍ଗ ଦଳର ଅନେକ ସଦସ୍ୟ ସାମିଲ ଥିଲେ। ଆଖ ପାଖ ଗାଁ ଅଞ୍ଚଳର ଶତାଧିକ ମହିଳା ଏହି କଳସ ଯାତ୍ରା ରେ ସାମିଲ ହୋଇଥିଲେ।
Edited by k.s thakur...
Tags:
kalas jatra
kantabanji
latest news
latest update
mahajagyan
odisha daily current affairs
odisha news
sri ram navami committee



