କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଚାଲିଛି କାର୍ଯ୍ୟକ୍ରମ; ୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ମିଳିବ ମାଗଣା ଟୀକା...
ଭୁବନେଶ୍ବର,୦୩/୦୩(ନି.ପ୍ର): ସର୍ଭାଇକାଲ କ୍ୟାନ୍ସର ଟୀକାକରଣ କାର୍ଯ୍ୟକ୍ରମ ଫେବ୍ରୁଆରୀ ୨୮ରେ ଲଞ୍ଚ୍ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଏହାକୁ ଆରମ୍ଭ କରିଥିଲେ। କିଛି ସ୍ଥାନରେ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି।
Ad..
୨ ତାରିଖରେ ମଧ୍ୟ କିଛି ସ୍ଥାନରେ ଆରମ୍ଭ ହୋଇଛି ଏବଂ ୩ ତାରିଖରେ ଆରମ୍ଭ ହେବ।ଏହା ୩ ମାସ ଧରି ଚାଲିବ। ଫାର୍ଷ୍ଟ ଷ୍ଟେଜରେ ଗୋଟିଏ ଡୋଜ୍ ପାଖାପାଖି ୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ଦିଆଯିବ ବୋଲି ଆକଳନ କରାଯାଇଛି।
Ad..
ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।ସେ ଆହୁରି କହିଛନ୍ତି, ସ୍କୁଲ ଏବଂ ମାସ୍ ଏଜୁକେସନ ଡିପାର୍ଟମେଣ୍ଟକୁ ଏକ ଡାଟା ଦିଆଯାଇଥିଲା। ଯେଉଁମାନେ ସ୍କୁଲରେ ପଢ଼ଛନ୍ତୁ ତାଙ୍କର ଗୋଟିଏ ଡାଟା ଆସିଥିଲା। ଏବଂ WCT ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଏକ ଡାଟା ଆସିଥିଲା।
ଯେଉଁମାନେ ଡ୍ରପଆଉଟ୍ ହୋଇଯାଇଥିବେ ସେମାନଙ୍କର କିଶୋରୀ କ୍ଲବ୍ WCT ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଡାଟା ଆସିଥିଲା।ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଯେତିକି ଡାଟା ମିଳିଛି ସେ ଅନୁସାରେ ପ୍ଲାନ୍ କରାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ଡାଟା ଅନୁସାରେ ଟୀକାକରଣ ସରିଛି। ସବୁଠାରୁ ବଡ କଥା ହେଲା ଏହି ଟୀକାର ମାର୍କେଟ ମୂଲ୍ୟ ୪ହଜାରରୁ ଅଧିକ ଟଙ୍କା ହେବ।କିନ୍ତୁ ସରକାରଙ୍କ ତରଫରୁ ଏହାକୁ ମାଗଣାରେ ଦିଆଯାଉଛି ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।
Edited by k.s thakur...
Tags:
Bhubaneswar
central government
health minister
initiative
latest news
latest update
Mukesh mahaling
odisha daily current affairs
odisha government
odisha news
vaccination



