ମାର୍ଚ୍ଚ ୫ତାରିଖରେ ରାଜ୍ୟବ୍ୟାପୀ ପାଳନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ : ବିଜେଡ଼ି...
ଭୁବନେଶ୍ୱର,୦୩/୦୩(ନି.ପ୍ର): ଆସନ୍ତା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ।ସାରା ଓଡ଼ିଶାରେ ବିଜେଡି ଏହାକୁ ପାଳନ କରିବାକୁ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
Ad..
ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି ବୋଲି କହିଛି ବିଜେଡି।ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ପାଳିତ ହେବ ବିଜୁ ଜୟନ୍ତୀ।ଏ ନେଇ ଏକ ବୈଠକ ହୋଇଥିଲା।
Ad..
ସେଦିନର ଶୀର୍ଷକ ରହିବ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ।ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ରକ୍ତଦାନ ଶିବିର ହେବ।ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜୁ ଜୟନ୍ତୀ ପାଳନ କରିବେ।
ସମସ୍ତଙ୍କ ମିଳିତ ସହଯୋଗରେ ଶଙ୍ଖ ଭବନରେ ଏହା ପାଳନ କରାଯିବ। ନବୀନ ପଟ୍ଟନାୟକ ଯେଉଁ ସେବା କଥା କହିଛନ୍ତି, ତାକୁ ଆହୁରି ଆଗେଇ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
Edited by k.s thakur...
Tags:
Bhubaneswar
Biju Patnaik jayanthi
bjd
BJD press conference
latest news
latest update
March 5
odisha daily current affairs
odisha news



