ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍...
ଭୁବନେଶ୍ଵର,୧୮/୦୩(ନି.ପ୍ର):ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରାଜ୍ୟସଭା ନିର୍ବାଚନରେ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଜେଡ଼ି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
Ad..
କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବିଧାୟକମାନେ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, କଟକ-ଚୌଦାର ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବାଲିଗୁଡା ବିଧାୟକ ଚକ୍ରମଣି କଅଁର, ବସ୍ତା ବିଧାୟକ ସୁବାସିନୀ ଜେନା ଏବଂ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ।
Ad..
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ଏହି ନୋଟିସ୍ ଜାରି କରାଯାଇଛି।ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ନୋଟିସ୍ ଜାରି କରିଛନ୍ତି।ସେମାନଙ୍କୁ ୨୦ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Edited by k.s thakur...
Tags:
6 MLA's
Bhubaneswar
bjd
latest news
latest update
odisha daily current affairs
odisha news
politics
showcased notice



