ଗୋଟିଏ ପ୍ଲାଟଫର୍ମରେ ସାମିଲ୍ ହେବାକୁ ନିଲମ୍ବିତ ବିଧାୟକମାନଙ୍କୁ ମୋକିମ୍ଙ୍କ ଆହ୍ୱାନ...
ଭୁବନେଶ୍ଵର,୧୮/୦୩ : କଂଗ୍ରେସର ନିଲମ୍ବିତ ବିଧାୟକମାନଙ୍କୁ ମହମ୍ମଦ ମୋକିମ୍ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି।ସମସ୍ତେ ଏକତ୍ରିତ ହୋଇ ଓଡ଼ିଶା ଜନତା କଂଗ୍ରେସ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି।
Ad..
ସେ କହିଛନ୍ତି ଯେ କଂଗ୍ରେସ ଦଳ, ଝିଅ ସୋଫିଆ ଫିର୍ଦ୍ଦୋସକୁ ଅଣଦେଖା କରୁଥିଲା।ତାଙ୍କୁ ବହିଷ୍କାର କରିବା ପରେ ମଧ୍ୟ ସୋଫିଆ ଅଣଦେଖା ଅନୁଭବ କରୁଥିଲା।କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନ ଥିଲେ।ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ।
Ad..
ଯଦି ଦଳ ତାଙ୍କୁ ବହିଷ୍କାର କରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ।ସୂଚନା ଥାଉକି, ଦଳୀୟ ହ୍ୱିପ୍ କୁ ଅବମାନନା କରିଥିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ ଏବଂ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି।
ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂକୁ ନେଇ ପ୍ରତିକ୍ରିୟା ରଖି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ୩ ଜଣ ବିଧାୟକଙ୍କୁ ଦଳ ବହୁତ ଦାୟିତ୍ୱବାନ ବିଧାୟକ ଭାବିଥିଲା, କିନ୍ତୁ ସେମାନେ ଦଳ ବିରୋଧୀ କାମ କରି ଦଳର ସମ୍ମାନକୁ ପତନ କରିଦେଲେ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି।କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଗୃହରେ ସିଟ୍ ପରିବର୍ତ୍ତନ ପାଇଁ ଚିଠିରେ ଉଲ୍ଲେଖ ରହିଛି।
Edited by k.s thakur...
Tags:
Bhubaneswar
congress
latest news
latest update
Mohammad mokim
odisha daily current affairs
odisha news
politics
suspended MLA's



