ଶ୍ରୀ ରାମ ନବମୀ ର ଭବ୍ୟ ଆୟୋଜନ ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୭/୦୩(ନିପ୍ର) : କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ଶ୍ରୀ ରାମ ନବମୀ ର ଭବ୍ୟ ଆୟୋଜନ ନିମନ୍ତେ ସ୍ଥାନୀୟ ଅନେକ ସଂଗଠନ, ସଂଘ, ସମାଜ କୁ ନେଇ ଜାତି ବର୍ଣ୍ଣ ଦଳ ନିର୍ବିଶେଷରେ ବାବାଜୀ କୁଟିଆ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ଏକ ମହତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
କମିଟିର ସଭାପତି ସମସ୍ତଙ୍କୁ ଆହ୍ୱାନ କରିଥିଲେ ଶ୍ରୀ ରାମ ନବମୀ ଶୋଭାଯାତ୍ରା ରେ ସାମିଲ ହେବାପାଇଁ।ସୂଚନା ଅନୁସାରେ ,ଆସନ୍ତା ୧୮ ମାର୍ଚ୍ଚରେ ଅନୁଷ୍ଠିତ ହେବ କଳସ ଯାତ୍ରା, ୧୯ ରୁ ଆରମ୍ଭ ହେବ ନବକୁଣ୍ଡିୟ ମହାଯଜ୍ଞ ଏଥିସହିତ ଅଖଣ୍ଡ ଦୀପ ୯ ଦିନ ଧରି ଜଳିବ ଏବଂ ୨୭ ମାର୍ଚ୍ଚରେ ବାହାରିବ ଏକ ବିରାଟ ଶୋଭାଯାତ୍ରା ଯେଉଁଥିରେ ସାମିଲ ହେବେ ଅନେକ ସାଂସ୍କୃତିକ ସଂଗଠନ।
Ad..
ଏହି ବୈଠକରେ ଶ୍ରୀ ରାମ ନବମୀ କମିଟି ସଭାପତି ରାଜୁ ଶର୍ମା, ସମ୍ପାଦକ ବେଦବ୍ୟାସ ନାଗ,ଚିନ୍ମୟ ଯୋଶୀ, ପ୍ରଦୀପ ବାଗ, ଦେବରାଜ ଯାଦବ, ନିଶିକାନ୍ତ ମହାପାତ୍ର, ପ୍ରବୀଣ ଆର୍ଯ୍ୟ, ଅଶୋକ ଦାସ, ବିନୋଦ ଅଗ୍ରୱାଲ, କୈଳାଶ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ରାଜୁ ପୁଟେଲ, ପ୍ରକାଶ ପ୍ରଧାନ, ରାଜା ଦାସ, ରାମସେନା ସମୂହ ସହ ଅନେକ ସଂଗଠନ ର ମୁଖିଆ ଓ ପଦାଧିକାରୀ ଉପସ୍ଥିତ ଥିଲେ।
Edited by k.s thakur...
Tags:
important meeting
kantabanji
latest news
latest update
odisha daily current affairs
odisha news
sri ram navami preparation



