କଣ୍ଟାବାଞ୍ଜି ଥାନାରେ ଶ୍ରୀ ରାମ ନବମୀ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ...

କଣ୍ଟାବାଞ୍ଜି ଥାନାରେ ଶ୍ରୀ ରାମ ନବମୀ ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୧/୦୩(ନି.ପ୍ର) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଶ୍ରୀ ରାମ ନବମୀ ମହୋତ୍ସବ ପାଳିତ ହେବ। ତେବେ ପୂର୍ବ ବର୍ଷ ଭଳି ଚଲିତ ବର୍ଷ ମଧ୍ୟ କେମିତି ସୁରୁଖୁରୁରେ ଏହି ମହୋତ୍ସବ ପାଳନ ହେବ ସେ ନେଇ କଣ୍ଟାବାଞ୍ଜି ପୁଲିସ ପକ୍ଷରୁ ଏକ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।

Ad..


ଏହି ବୈଠକରେ କଣ୍ଟାବାଞ୍ଜି ଏସ୍ଡିପିଓ ଲଷ୍ମୀ ନାରାୟଣ ମାରାଣ୍ଡି, ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ ସହ ଶ୍ରୀ ରାମ ନବମୀ ମହୋତ୍ସବ କମିଟି ସଦସ୍ୟ ସାମିଲ ଥିଲେ। ମୁସଲିମ ଜମାତ୍, ବାବା ସାହେବ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ସଦସ୍ୟ ମଧ୍ୟ ଏହି ବୈଠକ ରେ ସାମିଲ ଥିଲେ।

   Ad..


ତେବେ ଏହି ଶ୍ରୀ ରାମ ନବମୀ ମହୋତ୍ସବ କୁ ସଠିକ୍ ଭାବେ ପରିଚାଳନା କରିବା ଓ ଆଗାମୀ ୨୭ ତାରିଖ ଦିନ ସକାଳୁ ହେବାକୁ ଥିବା ବାଇକ ଶୋଭାଯାତ୍ରା ଓ ସଂଧ୍ୟା କୁ ହେବାକୁ ଥିବା ବିଶାଳ ଶୋଭାଯାତ୍ରାରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରି ଭାଇ ଚାରା ର ପର୍ବ କୁ ତୁଲାଇବାକୁ ସମସ୍ତ ଙ୍କୁ ନିବେଦନ କରାଯାଇଛି। 

ଅନ୍ୟମାନଙ୍କ ମଧ୍ୟ ରେ ଶ୍ରୀ ରାମ ନବମୀ ମହୋତ୍ସବ କମିଟି ସଭାପତି ରାଜୁ ଶର୍ମା, ସଦସ୍ୟ ନିଶିକାନ୍ତ ମହାପାତ୍ର, ଦେବରାଜ ଯାଦବ, ରାଜୁ ପୁଟେଲ,ପ୍ରଦୀପ ବାଗ,  ପ୍ରକାଶ ପ୍ରଧାନ, କାହ୍ନୁ ଚରଣ ମିଶ୍ର, ଆଇନଜୀବୀ ବିବେକ ଶର୍ମା ସହ ମୁସଲିମ କମିଟିର ବରିଷ୍ଠ ସଦସ୍ୟ ଅବଦୁଲ ଗଫାର...

ୟଙ୍ଗ ମୁସଲିମ କମିଟି ସଭାପତି ସଜ୍ଜୁ ଖାନ, ଆମ୍ବେଦକର ମହୋତ୍ସବ କମିଟି ସଭାପତି ଅନୀଲ ବିଭାର, ବଜରଙ୍ଗ ଦଳ କଣ୍ଟାବାଞ୍ଜି ସଭାପତି ରାଜା ଦାସ ସହ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post