ଆତ୍ମସମର୍ପଣ କରିବାକୁ ମନାକଲେ ମାଓ ନେତ୍ରୀ ରାଣୀତା...
ମାଲକାନଗିରି,୧୫/୦୩(ନି.ପ୍ର): ମାଲକାନଗିରିରେ ମାଓ ନେତ୍ରୀ ରାଣୀତା ପ୍ରେସ୍ ବିବୃତ୍ତି ଦେଇ ଆତ୍ମସମର୍ପଣ ନ କରି ଲଢ଼େଇ ଜାରି ରଖିବାକୁ ମାଓବାଦୀଙ୍କୁ କହିଛନ୍ତି। ସାଥୀ କମ୍ରେଡମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ ବୋଲି ମାଡ ଡିଭିଜନର ସଚିବ ରାଣୀତା କହିଛନ୍ତି।
Ad..
ସରକାରଙ୍କ କୌଣସି ପ୍ରସ୍ତାବକୁ ସହଜରେ ସ୍ୱୀକାର କରିବୁ ନାହିଁ ବୋଲି ରାଣୀତା କହିଛନ୍ତି।ମାଓ ସଂଗଠନ କେବେ ବିଲୁପ୍ତ ହେବ ନାହିଁ, ସଂଘର୍ଷକୁ କେବେ ଭୁଲି ହେବ ନାହିଁ ବୋଲି ପ୍ରେସ ବିବୃତିରେ ସେ ଲେଖିଛନ୍ତି।
Ad..
ସବୁଠି ହିଂସା ଘଟାଇବୁ, ଯେଉଁମାନେ ଅଟକାଇବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ରଜିତା କହିଛନ୍ତି।ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କୁ ଭୀରୁ ବୋଲି ସେ କହିଛନ୍ତି।
ସରକାର ଏବଂ ଆତ୍ମସମର୍ପଣ ନକ୍ସଲ ସହ ଆମର ଲଢେଇ ସିଧା ହେବ ବୋଲି ସଚିବ ରାଣୀତା କହିଛନ୍ତି।ତେବେ ଏହି ଚିଠିକୁ ନେଇ ଏବେ ଚାରି ରାଜ୍ୟର ପୁଲିସ ଚିନ୍ତାରେ ପଡିଛନ୍ତି।ମାଓବାଦୀଙ୍କ ମୁଖ୍ୟସ୍ରୋତରେ ସାମିଲ ହେବାର ଶେଷ ସୁଯୋଗ ସରକାର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଖିଛନ୍ତି।
Edited by k.s thakur...
Tags:
latest news
latest update
malkangiri
naxal
naxal operation
odisha daily current affairs
odisha news
surrender



