୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ...
ରେଢ଼ାଖୋଲ,୧୫/୦୩(ନି.ପ୍ର): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗ ତତ୍ପରତା ହୋଇଥିବା ଦେଖାଦେଇଛି। ଶନିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ବଡ଼ବହାଳ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ହଠାତ୍ ଚଢ଼ଉ କରାଯାଇଥିଲା।
Ad..
ଏହି ଚଢ଼ଉରେ ୪୦ କେଜି ଗଞ୍ଜେଇ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଆନ୍ତଃରାଜ୍ୟ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ପ୍ରଭେଶ ଅହିରାୱାର(୨୫) ଓ ବବୁଲୁ ଚୌଧରୀ(୪୨) ଏବଂ ଝାଡ଼ଖଣ୍ଡ ଲୋହାରଡ଼ାଗା ଜିଲ୍ଲାର ଆନସାରୀ(୧୯)।
Ad..
ସୂଚନା ଅନୁସାରେ ବୌଦ୍ଧ ଓ କନ୍ଧମାଳ ଅଞ୍ଚଳରୁ ରେଢ଼ାଖୋଲ ଦେଇ ପ୍ରତିଦିନ ବିଭିନ୍ନ ଯାନବାହନରେ ନୂଆନୂଆ କୌଶଳ ପ୍ରୟୋଗ କରି ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଏପରିକି ରେଢ଼ାଖୋଲ ସହରରେ ଗଞ୍ଜେଇ ଓ ଧଳା ଜହର ବ୍ୟବସାୟୀମାନେ ନିଜର ବେଆଇନ କାରବାର ଲୁଚାଇବା ପାଇଁ ବିଭିନ୍ନ ପ୍ରକାରର ଆଇନଗତ ବ୍ୟବସାୟ କରୁଥିବା ଆଳ ଦେଖାଇ ରହୁଛନ୍ତି।
ଏହି ବେଆଇନ କାରବାରରେ ସହର ତଥା ଅଞ୍ଚଳର ଅନେକ ଯୁବକ ସମ୍ପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେଳେବେଳେ ଚଢ଼ଉ କରାଯାଉଥିଲେ ଶୁଦ୍ଧ କୌଣସି ସୁଫଳ ମିଳୁ ନଥିଲା।
ତେଣୁ ଏହି ଚୋରା ଚାଲାଣକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଏହାର ମାଷ୍ଟର ମାଇଣ୍ଡକୁ ଧରିବା ଅତ୍ୟନ୍ତ ଜରୁରୀ ବୋଲି ସାଧାରଣରେ ଦାବି ହେଉଛି।
Edited by k.s thakur...
Tags:
40 kg marijuana seized
excise department
latest news
latest update
odisha daily current affairs
odisha news
redhakhol
Sambalpur



