ବାରହା ଆକ୍ରମଣରେ ବାଇକ ଚାଳକ ଗୁରୁତର...
ବେଲପଡ଼ା,୧୫/୦୩: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଆମଝରନ୍ ଗ୍ରାମର ଗଙ୍ଗାଧର ସେଠ (୩୫), ସଲଣ୍ଡି ଗ୍ରାମ ନିକଟସ୍ଥ ଶ୍ୟାମଜି ରାଇସ ମିଲ ରେ ଶ୍ରମିକ ଭାବରେ କାମ କରନ୍ତି, ସେ ତାଙ୍କରି କାମ ସାରି ନିଜ ଗ୍ରାମ କୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ...
Ad..
ଶନିବାର ଦିନ ରାତ୍ର ପ୍ରାୟ ୮ ଟା ସମୟରେ, ବେଲପଡ଼ା ବ୍ଲକ ଅନ୍ତର୍ଗତ ଲଥାକେନ୍ଦ୍ ରୁ ବିଛୁବାହାଲି ରାସ୍ତା ର ନୁଆଁବନ୍ଧ୍ ପୋଲ ନିକଟରେ ବାରହା ଆକ୍ରମଣରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ନିକଟସ୍ଥ ଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳ ରୁ ଉଦ୍ଧାର କରି, କଣ୍ଟାବାଞ୍ଜି ସରକାରୀ ଡାକ୍ତର ଖାନା ରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ ଓ ପରିବାର ବର୍ଗ ଙ୍କୁ ଖବର ଦେଇଥିଲେ।
Ad..
ପରିବାର ବର୍ଗ ,ଆହତ ଙ୍କ ଚିକିସ୍ଥା ପରେ ଘରକୁ ନେଇଯାଇଥିଲେ।ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ଅଛି। ଅଧିକ ଚିକିତ୍ସା ପାଇଁ ପରିବାର ବର୍ଗ ସରକାରୀ ସାହାଯ୍ୟ ଦାବି କରିଛନ୍ତି।
ସୂଚନା ଥାଉକି ଜଙ୍ଗଲ ରେ ଦୃର୍ବୁତ୍ତ ମାନେ ନିଆଁ ଲଗାଇ ଦେଇ ମୂଲ୍ୟବାନ ଗଛ ଚୋରି କରିନେଉଥିବାରୁ ଓ ଜାଳେଣି କାଠ ସଂଗ୍ରହ କରୁଥିବାରୁ, ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ଓ ଅନେକ ବାଟୋଇ ବନ୍ୟଜନ୍ତୁଙ୍କର ଆକ୍ରମଣ ର ଶିକାର ହେଉଛନ୍ତି।
ଏଣୁ ଗ୍ରାମବାସୀ ମାନେ ଭୟରେ ଯାତାୟାତ କରୁଛନ୍ତି।ସେମାନେ ଏଥିପାଇଁ ଜଙ୍ଗଲ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ବିହିତ ପଦକ୍ଷେପ ନେବାପାଇଁ ଦାବୀ ଜଣାଇଛନ୍ତି।
Edited by k.s thakur...
Tags:
1injured
Baraha attack
belpada
latest news
latest update
odisha daily current affairs
odisha news



