ମମତାଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ; ଓଡ଼ିଶାବାସୀଙ୍କୁ ଆଘାତ, ମୁଖ୍ୟମନ୍ତ୍ରୀ ରଖିଲେ କଡ଼ା ପ୍ରତିକ୍ରିୟା...
ଭୁବନେଶ୍ବର,୦୮/୦୩(ନି.ପ୍ର): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବମ ଅନ୍ତରାଷ୍ଟ୍ରୀୟ ସାନ୍ତାଳ ସମାବେଶରେ ଯୋଗ ଦେବାକୁ ଯାଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ପରେ ସେ କ୍ଷୋଭ ପ୍ରକାଶ କରିଥିବା ଘଟଣାକୁ ନେଇ ମୋହନ ବର୍ଷିଛନ୍ତି।
Ad..
ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସିଲିଗୁଡ଼ିରେ ଘଟିଥିବା ସମ୍ପ୍ରତିକ ଘଟଣାକ୍ରମ ଓଡ଼ିଶାବାସୀ ଏବଂ ଭାରତର ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଗଭୀର ଦୁଃଖ ଦେଇଛି।
Ad..
ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଅନୁମତି ପ୍ରଦାନ ନକରିବା ଏବଂ ସ୍ଥାନର ହଠାତ୍ ସ୍ଥାନାନ୍ତରକୁ କେବଳ "ଲଜିଷ୍ଟିକ୍ ସମସ୍ୟା" ଭାବରେ ଖାରଜ କରାଯାଇପାରିବ ନାହିଁ।ଏଭଳି ଏକ ତ୍ରୁଟି ଚିନ୍ତାଜନକ ଏବଂ ଦୁର୍ଭାଗ୍ୟଜନକ ବାର୍ତ୍ତା ଦେଉଛି।
ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନକୁ ଯାଇଥିବା ଆମ ମାଟିର ଝିଅ ଦ୍ରୌପଦୀ ମୁର୍ମୁଜୀ ଆମ ପାଇଁ ଗର୍ବ ଏବଂ ଗୌରବ।କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି କାର୍ଯ୍ୟ ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି।
Edited by k s thakur...
Tags:
bengal cm Mamta Banerjee
Bhubaneswar
cm mohan Majhi
latest news
latest update
odisha daily current affairs
odisha news
reaction



