ମହିଳା ସଶକ୍ତିକରଣର ସୁନାମି ଆସିଛି : ଉପମୁଖ୍ୟମନ୍ତ୍ରୀ...
ଭୁବନେଶ୍ୱର,୦୮/୦୩(ନି.ପ୍ର): ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବ ସନ୍ଧ୍ୟାରେ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ମହିଳାମାନଙ୍କୁ ସମ୍ମାନିତ କରିବା ପାଇଁ ଭୁବନେଶ୍ୱରସ୍ଥିତ ମେ’ଫେୟାର କନଭେନସନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
Ad..
ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦକ୍ଷ ନେତୃତ୍ୱ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳା କମ୍ଭମପାଟି ଜୟଶ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡଃ ପ୍ରିୟଙ୍କା ମାରାଣ୍ଡି, ବାଚସ୍ପତି ସୁରମା ପାଢ଼ୀ...
Ad..
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ ମୃଣାଳିନୀ ଦର୍ସୱାଲ, ମିସନ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ ମାନସୀ ନିମ୍ଭାଲ, ସମେତ ରାଜ୍ୟର ଅନେକ ବିଶିଷ୍ଟ ଅତିଥି ଏବଂ ସଫଳ ମହିଳାମାନେ ଯୋଗ ଦେଇଥିଲେ।
ଅତିଥିମାନଙ୍କ ଆଗମନ ପରେ ବୃକ୍ଷରେ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା, ଯାହା ଅଭିବୃଦ୍ଧି, ଆଶା ଏବଂ ନାରୀଶକ୍ତିର ପ୍ରତୀକ ଅଟେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ତାଙ୍କର ଅଦ୍ୱିତୀୟ ନେତୃତ୍ୱ ଏବଂ ଜନ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ନିଜ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଏତେ ସଂଖ୍ୟକ ସଫଳ ମହିଳାଙ୍କ ଉପସ୍ଥିତି ଏକ ବଳିଷ୍ଠ ପ୍ରମାଣ ଯେ, ଆଜିର ଓଡ଼ିଶାରେ ମହିଳାମାନେ ରାଜ୍ୟର ବିକାଶରେ କେବଳ ସହଭାଗୀ ନୁହନ୍ତି, ବରଂ ପରିବର୍ତ୍ତନର ନେତୃତ୍ୱ ନେଇ ରାଜ୍ୟର ବିକାଶ ଧାରାକୁ ଏକ ନୂତନ ରୂପ ଦେଉଛନ୍ତି।
ପରିଶେଷରେ, ବିଶିଷ୍ଟ କଣ୍ଠଶିଳ୍ପୀ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁସ୍ମିତା ଦାଶ ଏବଂ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଡଃ ଆଦ୍ୟାଶା ଦାସଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉତ୍ସବକୁ ଅଧିକ ମନୋଜ୍ଞ କରିଥିଲା।
Edited by k.s thakur...



